fbpx

୨ୟ ପର୍ଯ୍ୟାୟରେ ୭୧% ମତଦାନ: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ସେ କହିଛନ୍ତି ଯେ, ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ରାୟ ୭୧% ମତଦାନ ହୋଇଛି । ଚୂଡ଼ାନ୍ତ ସଂଖ୍ୟା ଆସିଲେ ମତଦାନ ହାର ବଢ଼ିପାରେ । କାଁ ଭାଁ ଘଟଣାକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତପୂର୍ଣ୍ଣ ରହିଛି । ୧୫୬୪ ଗ୍ରାମ ପଞ୍ଚାୟତରେ ନିର୍ବାଚନ ଶେଷ ହୋଇଛି । ଯାଜପୁର, ଜଗତସିଂହପୁରର କିଛି ସ୍ଥାନରେ ବାଧା ଉପୁଜିବା ଖବର ଆସିଛି । ବାଲାଟ ପେପର ତ୍ରୁଟି ପାଇଁ ୨/୩ଟି ଜାଗାରେ ପୁନଃ ଭୋଟ୍ ଆବଶ୍ୟକ ପଡ଼ିପାରେ । ଏନେଇ ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ ।’

ତେବେ ଦଶରଥପୁର ବ୍ଲକ କନିକା ପଡା ପଞ୍ଚାୟତ ମଧୁପୁର ଉଚ୍ଚ ବିଦ୍ୟାଳୟ ୱାର୍ଡ ନମ୍ବର ୮ର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବୁଥ ରିଗିଂ ହେଉଥିବା ନଜର ଆସିଛି । ଭିଡିଓରେ ଦେଖିବାକୁ ମିଳିଛି କି, କବାଟ ବନ୍ଦ କରି ଜୋର ଜବରଦସ୍ତ ପିଟା ଯାଉଛି ଭୋଟ । ପ୍ରଶାସନ ଏବଂ ଶାସକ ଦଳ ମଧୁଚନ୍ଦ୍ରିକା ରେ ଚାଲିଥିଲା ଏଭଳି କାର୍ଯ୍ୟ, ଯାହାକି ଖୁଲମ ଖୁଲା ଭାବେ ନିର୍ବାଚନ ଆୟୋଗଙ୍କ ଧଜ୍ଜିଆ ଉଡାଉଛି ।

ସେହିପରି କଟକ ବାରଙ୍ଗରେ ମାରଣାସ୍ତ୍ର ଦେଖାଇ ଭୋଟ୍ ବାକ୍ସ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ବାରଙ୍ଗ ବ୍ଲକ କୁରାଙ୍ଗ ପ୍ରଧାନ ପଞ୍ଚାୟ କୁରୁଣ୍ଟି ୧୧ ନମ୍ବର ବୁଥରୁ ହୋଇଛି ଲୁଟ୍ । ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟ ଅଟକାଇବା ସତ୍ୱେ ମାରଣାସ୍ତ୍ର ଦେଖାଇ ଲୁଟିନେଇଥିଲେ ଦୁର୍ବୃତ୍ତ । ସଦର ଥାନାରେ ଏନେଇ ଏତଲା କରିଛନ୍ତି ସମ୍ପୃକ୍ତ ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟ । ଭୋଟ ବାକ୍ସ ଲୁଟ ପରେ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି । ଲୋକମାନେ ଧାରଣାରେ ବସିଥିବା ବେଳେ ପୋଲିସ ତଦନ୍ତ କରୁଛି ।

Get real time updates directly on you device, subscribe now.