fbpx

ଓଡ଼ିଶାରେ ନିର୍ବାଚନ ପାଇଁ ୭୫ କମ୍ପାନୀ CAPF ମୁତୟନ: ଆଜି ଆସିବେ ୧୫ କମ୍ପାନୀ

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ ଲଢେଇ । ରାଜନୀତି ଉଷ୍ମତାକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ନିର୍ବାଚନ ସମୟରେ ଓଡ଼ିଶାରେ ମୋଟ ୭୫ କମ୍ପାନୀ ସିଏପିଏଫ କର୍ମଚାରୀ ନିୟୋଜିତ ହେବେ । ଏଥିମଧ୍ୟରୁ ଆଜି ୧୫ଟି କମ୍ପାନୀ ଓଡ଼ିଶାରେ ପହଞ୍ଚିବେ । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬୦ କମ୍ପାନୀ ଫୋର୍ସ ନିର୍ବାଚନ ସମୟରେ ଓଡ଼ିଶାର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବେ । ନିର୍ବାଚନ ସମୟରେ ସାରା ରାଜ୍ୟରେ ଏହି ପୋର୍ସ ମୁତୟନ କରାଯିବ ବୋଲି ଜାଣିବାକୁ ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।

Get real time updates directly on you device, subscribe now.