fbpx
BSKY SKY
BSKY SKY

ଆଜି ବସିବ କେନ୍ଦ୍ର ମନ୍ତ୍ରୀପରିଷଦ ବୈଠକ: ଅଧ୍ୟକ୍ଷତା କରିବେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ

BSKY

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀପରିଷଦ ବୈଠକ ବସିବ । ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାହ୍ନ ୧୧ଟାରେ ସୁଷମା ସ୍ୱରାଜ ଭବନରେ ବୈଠକ ବସିବ । ଏହା ଲୋକସଭା ନିର୍ବାଚନ ପୂର୍ବରୁ ଶେଷ କ୍ୟାବିନେଟ ବୈଠକ ।

ତେବେ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସହ ମନ୍ତ୍ରଣାଳୟର ସଚିବ ମଧ୍ୟ ଉପସ୍ଥିତ ରହିବେ । ୨୦୨୪ ସୁଦ୍ଧା ବିକଶିତ ଭାରତ ଉପରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ସମୟ ସମୟରେ ମନ୍ତ୍ରୀ ପରିଷଦ ବୈଠକ କରି ପ୍ରମୁଖ ନୀତି ତଥା ଶାସନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚମା କରିଥାଆନ୍ତି । ତେବେ ଏହି ବୈଠକ ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରବିବାର ଦିନ ଏହି ବୈଠକ ରାଜନୈତିକ ଦୃଷ୍ଟିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଆସନ୍ତା କିଛି ଦିନ ମଧ୍ୟରେ ନିର୍ବାଚନ ଆୟୋଗ ନିର୍ବାଚନ କାର୍ଯ୍ୟକ୍ରମର ଘୋଷଣା କରିପାରନ୍ତି । ଏହି ବୈଠକ ଚାଣକ୍ୟପୁରୀ ଡିପ୍ଲୋମାଟିକ ଏନକ୍ଲେଭରେ ସୁଷମା ସ୍ୱରାଜ ଭବନରେ ଅନୁଷ୍ଠିତ ହେବ । ବୈଠକରେ ସରକାରଙ୍କ ପ୍ରଦର୍ଶନ ସମେତ ବିଭିନ୍ନ ବିଷୟ ଉପରେ ଅଲୋଚନା କରାଯାଇପାରେ ।

Get real time updates directly on you device, subscribe now.