fbpx

ଖୁସି ଖବର: ଓଡ଼ିଶାରୁ ଆଜି ୭,୫୭୮ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭ ହଜାର ୫୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭ ଲକ୍ଷ ୮୯ ହଜାର ୦୬୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୨୨ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୭୩୪, ଯାଜପୁରରୁ ୪୯୨, ମୟୂରଭଞ୍ଜରୁ ୪୮୬, ଢେଙ୍କାନାଳରୁ ୪୧୮, ଭଦ୍ରକରୁ ୪୧୩, କେନ୍ଦ୍ରାପଡ଼ାରୁ ୩୩୯, ସୁନ୍ଦରଗଡରୁ ୩୩୫, ପୁରୀରୁ ୩୩୨, ବାଲେଶ୍ୱରରୁ ୨୩୭, ନୟାଗଡ଼ରୁ ୨୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.