fbpx
BSKY
BJD YOUTH SKY
BJD MS SKY

ଜନ୍ମଦିନରେ ଖୁସି ଖବର ଦେଲେ ନବୀନ; ରାଜ୍ୟର ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ର ହେଲା ନିୟମିତ ଅଙ୍ଗନବାଡି କେନ୍ଦ୍ର

ଓଡିଶା ଭାସ୍କର; ଆଜି ୭୮ ବର୍ଷ ବୟସରେ ପାଦ ଥାପିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଅବସରରେ ଆଜି ଏକ ଖୁସି ଖବର ଦେଇଛନ୍ତି ନବୀନ । ରାଜ୍ୟର ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ କରାଯାଇଛି । ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ରାଜ୍ୟରେ ଶିଶୁ ଯତ୍ନ କାର୍ୟ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଠାରେ କହି ରଖୁଛୁ ଯେ, ଏହି ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ରାଜ୍ୟର ହଜାର ହଜାର କୋମଳମତି ଶିଶୁ ମାନଙ୍କୁ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ ଓ ସେମାନଙ୍କର ଯତ୍ନ ନିଆଯାଉଛି । ତେବେ ରାଜ୍ୟର ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରର ଉନ୍ନୀତକରଣ ପାଇଁ ୫୫ କୋଟି ୨୧ ଲକ୍ଷ ୩୦ ହଜାର ୧୫୦ ଟଙ୍କା ଖର୍ଚ୍ଚ ହେବ । ଏଥିରୁ ରାଜ୍ୟ ସରକାର ୩୬ କୋଟି ୪୦ ଲକ୍ଷ ୯୫ ହଜାର ୧୬୦ ଟଙ୍କା ବହନ କରୁଥିବା ବେଳେ କେନ୍ଦ୍ର ସରକାର ୧୮ କୋଟି ୮୦ ଲକ୍ଷ ୩୪ ହଜାର ୯୯୦ ଟଙ୍କା ବହନ କରୁଛନ୍ତି । ଅନୁଦାନ ଅର୍ଥରେ ମେଡିସିନ୍‌ କିଟ୍‌, ଆସବାବପତ୍ର ଓ ଅନ୍ୟାନ୍ୟ ଉପକରଣ ତଥା ପ୍ରଶାସନିକ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

ତେବେ ଏହି ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ରାଜ୍ୟରେ ଶିଶୁ ଯତ୍ନ କାର୍ୟ୍ୟକ୍ରମ ଆହୁରି ବ୍ୟାପକ ହେବ।

 

Get real time updates directly on you device, subscribe now.