fbpx
BSKY SKY
BSKY SKY

୭୮୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ: ବହୁ ବାଦ ବିବାଦ ପରେ ପ୍ରକାଶ ପାଇଲା ASO ରେଜଲ୍ଟ

BSKY

କଟକ: ଓଡିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ASO) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୭୮୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାର୍ଥୀମାନେ ଓଡିଶା ଲୋକସେବା ଆୟୋଗର ୱେବସାଇଟ୍‌ www.opsc.gov.inକୁ ନିଜ ରେଜଲ୍ଟ ଦେଖିପାରିବେ । ତେବେ ୨୦୨୨ ମସିହା ଅଗଷ୍ଟ ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ୟ୍ୟନ୍ତ ହୋଇଥିବା ସାକ୍ଷାତାକର ଏବଂ ପ୍ରମାଣପତ୍ର ଯାଞ୍ଚ ପରେ ଶନିବାର ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ଚଳିତ ଏଏସଓ ପରୀକ୍ଷାରେ ସମୀର ପାତ୍ର ଟପ୍ପର ହୋଇଛନ୍ତି । ଅନ୍ୟପଟେ ଜାଗୃତି ସାହୁ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଛନ୍ତି । ତେବେ ଓପିଏସସି ପକ୍ଷରୁ ଜାରି ପରୀକ୍ଷା ଫଳ ତାଲିକାର ପ୍ରଥମ ୧୦ଟି ସ୍ଥାନରେ ମାତ୍ର ଜଣେ ଝିଅ ଥିବା ଦେଖିବାକୁ ମିଳିଛି।

ସୂଚନା ଥାଉକି, ଓପିଏସସି କର୍ତ୍ତୃପକ୍ଷ ୨୦୨୨ ଅଗଷ୍ଟ ୨୭ ତାରିଖରେ ୭୯୬ଟି ଏଏସଓ ପଦବୀ ନିମନ୍ତେ ଲିଖିତ ପରୀକ୍ଷା କରିଥିଲେ । ଏଥିରେ ଯୋଗ୍ୟ ବିବେଚିତ ପିଲାଙ୍କର ଦକ୍ଷତା ପରୀକ୍ଷା ହୋଇଥିଲା । ପ୍ରଥମ ଷ୍ଟେଜରେ ୪ଟି ପେପରରେ ୪ ଶହ ମାର୍କର ପରୀକ୍ଷା ହୋଇଥିଲା । ତେବେ ପ୍ରଥମ ଷ୍ଟେଜରୁ ଦେଢ଼ ଗୁଣା ପିଲାଙ୍କୁ ଚୟନ କରାଯାଇଥିଲା । ଚଳିତ ଥର ଦେଢ଼ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ । ୮ଶହ ପୋଷ୍ଟ ଥିବାରୁ ସେମାନଙ୍କ ମଧ୍ୟରୁ ମୋଟ ୧୧୦୪ଜଣଙ୍କୁ ସ୍କିଲ ଟେଷ୍ଟ ଓ ଚୂଡ଼ାନ୍ତ ଦସ୍ତାବିଜ ଯାଞ୍ଚ ନିମନ୍ତେ ଡକାଯାଇଥିଲା । ହେଲେ ରେଜଲ୍ଟ ବାହାରିବା ପରେ କିଛି ପିଲା ଅସନ୍ତୋଷ ପ୍ରକାଶ କରିଥିଲେ । ଏବଂ ଏହି ଏଏସଓ ପଦବୀ ଚୟନରେ ଦୁର୍ନୀତି ହୋଇଥିବା ମଧ୍ୟ ହାଇକୋର୍ଟରେ ଅଭିଯୋଗ କରିଥିଲେ। ତେବେ ବିଭିନ୍ନ ଆରୋପ ପ୍ରତ୍ୟାରୋପ ପରେ ହାଇକୋର୍ଟରେ ମାମଲା ଶୁଣାଣି ହୋଇଥିଲା । ଗତ ସପ୍ତାହରେ ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ପୂର୍ବରୁ ଜଣକିଆ ଖଣ୍ଡପୀଠ ଦେଇଥିବା ରାୟକୁ ଖାରଜ କରି ଓପିଏସସିଙ୍କ ଦ୍ୱାରା ପ୍ରକାଶିତ ମେରିଟ୍ ଲିଷ୍ଟକୁ କାଏମ ରଖିଥିଲେ ।

Get real time updates directly on you device, subscribe now.