fbpx
BSKY SKY
BSKY SKY

ନୂଆ ବର୍ଷ ପାଇଁ କମିଶନରେଟ ପୋଲିସର ଜୋରଦାର ଚେକିଂ; ରାଜଧାନୀର ବିଭିନ୍ନ ଛକ-ବଜାରରେ ବ୍ଲକିଂ ଓ ଚେକିଂ

BSKY

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନୂଆ ବର୍ଷ ପାଇଁ କମିଶନରେଟ ପୋଲିସର ଜୋରଦାର ଚେକିଂ । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଛକ, ବଜାରରେ ବ୍ଲକିଂ ଓ ଚେକିଂ । କଳ୍ପନା ଛକ, ଝାରପଡ଼ା ଗୋଲେଇ ଛକ, ନନ୍ଦନକାନନ ରୋଡରେ ଚେକିଂ । ଚେକିଂରେ ୩ ପ୍ଲାଟୁନ ଫୋର୍ସ ସହ ୬ ଥାନାର ପୋଲିସ ସାମିଲ। ନୂଆ ବର୍ଷ ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ରୋଡ ରୋମିଓ ସାବଧାନ! ରାସ୍ତାରେ ବୁଲିବ ସିପିଙ୍କ ସ୍କ୍ୱାଡ୍ । ଜିରୋ ନାଇଟ ପାଇଁ ୫୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ । ନୂଆ ବର୍ଷରେ ପାଟ୍ରୋଲିଂକୁ ଜୋରଦାର କରାଯିବା ସହ ରଫ୍ ଡ୍ରାଇଭିଙ୍ଗ ଓ ରୋଡ ରୋମିଓଙ୍କ ଉପରେ ପୁଲିସର କଡ଼ା ନଜର ରହିବ । ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବା ଲାଗି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।

ଏନେଇ ସୂଚନା ଦେଲେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ମଦୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ଵରର ବିଭିନ୍ନ ରାସ୍ତାକୁ ଜାମ କରାଯାଇ ଚେକିଂ କରାଯିବ । ଯେଉଁମାନେ ମଦ ପିଇ ଗାଡି ଚାଳନା କରୁଥିବେ ସେମାନଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠନ । ନୂଆ ବର୍ଷକୁ ସ୍ୱାଗତ ପାଇଁ ସମସ୍ତେ ସେଲିବ୍ରେସନ କରନ୍ତୁ । ହେଲେ ଶାନ୍ତିଶୃଙ୍ଖଳାରେ ସେଲିବ୍ରେସନ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତଙ୍କୁ କୁହାଯାଇଛି।

Get real time updates directly on you device, subscribe now.