fbpx

ବାଲିଝଡ଼ ନେଲା ୪ ଶିଶୁ ସମେତ ୮ ଜଣଙ୍କ ଜୀବନ: ପରସ୍ପର ସହ ଧକ୍କା ହେଲା ୨୨ ଯାନ

ନୂଆଦିଲ୍ଲୀ: ଏକ ବାଲିଝଡ଼ ପାଇଁ ୪ ଶିଶୁଙ୍କ ସମେତ ମୋଟ ୮ ଜଣଙ୍କ ପ୍ରାଣହାନୀ ହୋଇଛି । ତେବେ ଏହି ତୋଫାନ୍ ପାଇଁ ପ୍ରାୟ ୨୨ଟି ଯାନ ପରସ୍ପର ସହ ଧକ୍କା ହୋଇଥିଲେ । ଆମେରିକାର ଉଟାହରେ ସୃଷ୍ଟି ହୋଇଥିବା ଏକ ବାଲିଝଡ଼ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଛି ।

ଜଣାପଡ଼ିଛି ଯେ, ସପ୍ତାହାନ୍ତ ଛୁଟି କଟାଇ ଫେରୁଥିବା ସମୟରେ ହାଇୱେରେ ଯାନଗୁଡ଼ିକ ଜାମ୍ ପାଇଁ ଲମ୍ବି ରହିଥିଲା । ତେବେ ଠିକ୍ ଏହି ସମୟରେ ଅଚାନକ ଏକ ବାଲିଝଡ଼ ଆସିଯାଇଥିଲା । ଯାହାର ପ୍ରଭାବରେ ଲୋକଙ୍କୁ କିଛି ଦେଖା ନଯିବାରୁ ପରସ୍ପର ସହ ଧକ୍କା ହୋଇଯାଇଥିଲେ । ଏହି ଘଟଣା ପରେ ସଙ୍ଗେସଙ୍ଗେ ୧୦ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ମୃତ୍ୟୁବରଣ କରିଥିବା ୮ ଜଣଙ୍କ ମଧ୍ୟରୁ ୫ ଜଣ ଗୋଟିଏ ଗାଡ଼ିରେ ରହିଥିଲେ । ମୃତକଙ୍କ ମଧ୍ୟରେ ଶିଶୁଙ୍କ ସହ ୫୧ ବର୍ଷ ବୟସ୍କ ରହିଥିଲେ । ତେବେ ଏହି ଘଟଣା ପରେ ଦୀର୍ଘସମୟ ଧରି ହାଇୱେକୁ ବନ୍ଦ ରଖାଯିବା ସହ କ୍ରେନ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।

Get real time updates directly on you device, subscribe now.