fbpx

ଦେଶରେ ୩୦ ହଜାର ତଳକୁ ଖସିଲା ସଂକ୍ରମଣ୍, ଆଜି ୪୧୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ତେବେ କିଛିଦିନ ପୂର୍ବରୁ ପୁଣି କରୋନା କଡ଼ ଲେଉଟାଇବାକୁ ନେଇ ଚିନ୍ତା ବଢ଼ିଯାଇଥିଲା । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୧ ହଜାର ୩୮୨କୁ ବୃଦ୍ଧି ପାଇଛି । ଦିନକରେ ୨୯ ହଜାର ୬୮୯ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୮ ହଜାର ୧୦୦ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୩ କୋଟି ୬ ଲକ୍ଷ ୨୧ ହଜାର ୬୪୯କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୪୪ କୋଟି ୧୯ ଲକ୍ଷ ୧୨ ହଜାର ୩୯୫ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.