fbpx

ଭିଜିଲାନ୍ସ ଜାଲରେ ଧନକଉଡା ବିଇଓ ଅଫିସର ମୁଖ୍ୟ କିରାଣି

ସମ୍ବଲପୁର, (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି କିରାଣି । ସମ୍ବଲପୁର ଜିଲ୍ଲା ଧନକଉଡ଼ା ବିଇଓ ଅଫିସ ମୁଖ୍ୟ କିରାଣିଙ୍କୁ ଧରିଛି ଭିଜିଲାନ୍ସ । ବିଇଓ ଅଫିସ ମୁଖ୍ୟ କିରାଣି ଦିଲ୍ଲୀପ ଦେବଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସାକ୍ଷୀପଡ଼ା ସ୍ଥିତ ଦିଲ୍ଲୀପଙ୍କ ୩ ମହଲା ବିଶିଷ୍ଟ ବାସଭବନରେ ରେଡ଼ ହୋଇଥିବା ଜଣାପଡିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଚାଲିଛି ।

ତେବେ ଦିଲ୍ଲୀପଙ୍କ ବାସଭବନ ସମେତ ୨ଟି ସ୍ଥାନରେ ରେଡ୍ ଚାଲିଛି । ଭିଜିଲାନ୍ସର ଗୋଟିଏ ଟିମ୍ ଦିଲ୍ଲୀପଙ୍କ ଘରେ ରେଡ୍ କରିଥିବା ବେଳେ ଆଉ ଏକ ଟିମ୍ ଦିଲ୍ଲୀପଙ୍କ ଅଫିସରରେ ଚଢ଼ାଉ କରିଛନ୍ତି । ଟିମରେ ୨ ଡିଏସପି, ୨ ଇନ୍ସପେକ୍ଟର ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀମାନେ ରହିଛନ୍ତି । ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି ।

Get real time updates directly on you device, subscribe now.