fbpx

୧୬୦ ଫୁଟ ଉଚ୍ଚରେ ଭିଡିଓ କରୁଥିଲେ ମହିଳା, ଖସିଗଲା ଗୋଡ଼

ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବାକୁ ଲୋକମାନେ କିଛି ଅଲଗା କରିବାକୁ ଚେଷ୍ଟା କରୁଛନ୍ତି । ଏହି ଚେଷ୍ଟାରେ ସେମାନେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି । ଏପରି କିଛି ଚୀନରେ ରହୁଥିବା ଜଣେ ଟିକ୍ ଟକରଙ୍କ ସହିତ ଘଟିଛି, ଯେ କି ସୋସିଆଲ ମିଡିଆରେ ଫଲୋର୍ସ ପାଇବାକୁ ଭିଡିଓ କରୁଥିଲେ । କିନ୍ତୁ ତାଙ୍କ ସହ ଅଚାନକ୍ ଏକ ଦୁର୍ଘଟଣା ଘଟିଲା, ଯାହାକି ମୃତ୍ୟୁର କାରଣ ସାଜିଲା ।

ରିପୋର୍ଟ ମୁତାବକ, ଚୀନରେ ରହୁଥିବା ୨୩ ବର୍ଷୀୟା ଜିଆଓ କ୍ୟୁମେଇ ଜଣେ ସୋସିଆଲ ଇନଫ୍ଲୁଏନ୍ସର ଥିଲେ ଓ ସୋସିଆଲ ମିଡିଆରେ ନିଜର ଦୈନନ୍ଦିନ ଜୀବନ ସହ ଜଡ଼ିତ କିଛି ଭିଡିଓ ପୋଷ୍ଟ କରୁଥିଲେ । କିନ୍ତୁ ଦୁର୍ଘଟଣା ଦିନ ଜିଆଓ ୧୬୦ ଫୁଟ ଉଚ୍ଚରେ ଏକ ଭିଡିଓ କରୁଥିଲେ । କିନ୍ତୁ ଭିଡିଓ କରୁଥିବା ବେଳେ ଦୁର୍ଘଟଣାର ଶିକାରୀ ହୋଇ ସେ କ୍ରେନରୁ ଖସିପଡ଼ିଥିଲେ ।

ଲୋକଙ୍କ କହିବା ମୁତାକବ, ଜିଆଓ ୧୬୦ ଉଚ୍ଚତାର ଏକ କ୍ରେନ ଉପରେ ଭିଡିସ ସୁଟିଂ କରୁଥିଲେ । କିନ୍ତୁ ଅଚାନକ୍ ତାଙ୍କ ପାଦ ଖସିଗଲା ଓ ସେ ନିୟନ୍ତ୍ରଣ ହରାଇ ତଳକୁ ଖସିପଡିଲେ । ତଳେ ପଡିଯାଇଥିବା ବେଳେ ଭିଡିଓ ସୁଟିଂ ଚାଲିଥିଲା । କିନ୍ତୁ ଏତେ ଉଚ୍ଚରୁ ଖସିପଡ଼ିବାରୁ ଜିଆଓଙ୍କ ମୃତ୍ୟୁ ହୋଇଗଲା ।

Get real time updates directly on you device, subscribe now.