fbpx

ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଯାଇଥିଲେ ମନ୍ଦିର, ଭିଡ଼ରେ କରୋନା କଟକଣାକୁ ବେଖାତିର, ଅନେକ ଆହତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମନ୍ଦିର ପରିଦର୍ଶନ କରିବାକୁ ଯିବା ସମୟରେ କରୋନା କଟକଣାକୁ ବେଖାତିର କରାଯାଇଛି । ତେବେ ଅସମ୍ଭାଳ ଭିଡ଼ ଫଳରେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଓ କିଛି ଭିଆଇପି ମଧ୍ୟ ରହିଥିଲେ । ଉଜୟିନରେ ଥିବା ମହାକଳେଶ୍ୱରୀ ମନ୍ଦିରରେ ଏହି ଘଟଣା ଘଟିଛି ।

ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ କିଛି ଭିଆଇପି ମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ । ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ମନ୍ଦିରର ୪ ନମ୍ବର ଗେଟରେ ଏହି ଭିଡ଼ ଦେଖିବାକୁ ମିଳିଥିଲା । ଭିଡ଼ର ପ୍ରଭାବରେ କିଛି ମହିଳା ଓ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଉଜୟିନ ଜିଲ୍ଲା ଅଧିକାରୀ ଆଶିଷ ସିଂହ କହିଛନ୍ତି ଯେ, ଗତ ସୋମବାରରେ ଘଟିଥିବା ଘଟଣା ପାଇଁ ସେ ଦୁଃଖିତ । ଆସନ୍ତା ସୋମବାରକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ସାମାଜିକ ଦୂରତା ନିୟମ ପାଳନ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.