fbpx

ପଣସ ମଞ୍ଜି ବଢ଼ାଏ ଇମ୍ୟୁନିଟି, ଏହାର ଜବରଦସ୍ତ ଫାଇଦା ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଅନେକ ଲୋକ ପଣସ ଖାଇବା ପସନ୍ଦ କରିଥାନ୍ତି । ପଣସକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖିଆଯାଏ । ପଣସ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ଅନେକ ଲାଭଦାୟକ । ଅନେକ ଲୋକ ପଣସ ଖାଇବା ପରେ ମଞ୍ଜିକୁ ଫୋପାଡିଦିଅନ୍ତି । କାରଣ ସେମାନେ ପଣସରେ ଥିବା ଔଷଧୀୟ ଗୁଣ ସମ୍ବନ୍ଧରେ ଜାଣିନଥାନ୍ତି । ପଣସ ମଞ୍ଜିରେ ଅନେକ ଉପକାରିତା ରହିଛି । ତେବେ ଆସନ୍ତୁ ଜାଣିବା ସେଗୁଡିକ କ’ଣ….

– ପଣସ ମଞ୍ଜି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ । ଏହା ସହିତ ଖାଦ୍ୟକୁ ହଜମ କରିବାରେ ସାହାର୍ଯ୍ୟ କରିଥାଏ । ଏହାର କାରୋଟିନଏଡ୍ ଗୁଣ ଶରୀରର କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିବାରେ ସାହାଯ୍ୟ କରେ ।

– ଏଥିରେ ଥିୟାମିନ୍ ଏବଂ ରାଇବୋଫ୍ଲାଭିନ୍ ଭରପୂର ମାତ୍ରାରେ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ଏହା ସହିତ ଏଥିରେ କ୍ୟାଲସିୟମ୍, ଫାଲେଟ୍ ନିୟାସିନ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭରପୂର ରହିଛି, ଯାହା ମାଇକ୍ରୋବସ୍ ପରି ବ୍ୟାକ୍ଟେରିଆ ସହ ଲଢ଼ିବାରେ ସାହାର୍ଯ୍ୟ କରିଥାଏ ।

– ଏହା ସୁଗାର ଲେବଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏପରି ପରିସ୍ଥିତିରେ ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ । ଏହା ସହିତ ଏହା ଅନ୍ତନଳୀରେ ଅଲସର ହେବାର ଆଶଙ୍କାକୁ ମଧ୍ୟ ରୋକିଥାଏ ।

– ଏକ ଅଧ୍ୟୟନ ଅନୁଯାୟୀ, ଏଥିରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଥାଏ, ଯାହା କ୍ୟାନସରର ସେଲ ସୃଷ୍ଟିକୁ ରୋକିବାରେ ପ୍ରଭାବଶାଳୀ ।

– ଏଥିରେ ଆଇରନ୍ ଭରପୂର ମାତ୍ରାରେ ରହିଛି, ଯାହା ହିମୋଗ୍ଲୋବିନର ଅଭାବ ପୂରଣ କରେ । ଏହିପରି ରକ୍ତହୀନତାର ସମସ୍ୟା ମଧ୍ୟ ଦୂର ହୁଏ ।

Get real time updates directly on you device, subscribe now.