fbpx
BSKY
BJD SHG SKY
BJD MC SKY

ହୀରାକୁଦ ଜଳଭଣ୍ଡାରରେ କମିଲା ଜଳସ୍ତର: ବନ୍ଦ ହେଲା ଡ୍ୟାମର ଆଉ ୪ଟି ଗେଟ୍

ସମ୍ବଲପୁର: ରାଜ୍ୟରେ ଗତ ୩ ଦିନରୁ ଲଘୁଚାପ ଜନିତ ବର୍ଷା କମ୍ ରହିଛି । ଫଳରେ ବନ୍ୟାଜଳରେ ଫୁଲୁଥିବା କିଛି ନଦୀରେ ଏବେ ଶାନ୍ତ ପଡିଛନ୍ତି । କିଛି ଜାଗାରେ ଘାଇ ହୋଇ ନଦୀରୁ କିଛି ବନ୍ୟାଜଳ ଟାଣି ନେଇଥିବାରୁ ଜଳସ୍ତର ଏବେ କମିବା ଆରମ୍ଭ କରିଛି । ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଦେଖାଦେଇଛି ସମାନ ସ୍ଥିତି । ଜଳସ୍ତର ସାମାନ୍ୟ କମିଯିବାରୁ ଡ୍ୟାମର ଆଉ ୪ଟି ଗେଟ ବନ୍ଦ କରାଯାଇଛି । ଏବେ ମୋଟ ୨୮ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।

ଜଳସ୍ତର ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ ବନ୍ଦ କରାଯାଇଛି । ଏଥିସହ ଡ୍ୟାମରେ ମୋଟ ୧୨ଟି ଗେଟ୍ ବନ୍ଦ ହୋଇଛି । ୪୦ଟି ଗେଟରୁ ୧୨ଟି ଗେଟ୍ ବନ୍ଦ ହେବା ପରେ ଏବେ ହୀରାକୁଦରେ ୨୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାପାଣି । କିନ୍ତୁ ଏହି ସମୟରେ ଆଗାମୀ ଦୁଇ ଦିନରେ ପ୍ରବଳ ବର୍ଷା ପୁଣି ଥରେ ଏହା ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି ।

ସେପଟେ ପୁରୀରେ ଏବେ ବି ବନ୍ୟା ସ୍ଥିତି ସୁଧୁରି ନଥିବାରୁ ଜିଲ୍ଲାରେ ସ୍କୁଲକୁ ଆଉ ୨ ଦିନ ବନ୍ଦ କରିବା ପାଇଁ ଘୋଷଣା କରିଛି ପ୍ରଶାସନ । ବନ୍ୟା ସ୍ଥିତି ପାଇଁ କାଲି ଓ ଶନିବାର ଛୁଟି ଘୋଷଣା କରାଯାଇଛି । ୧୧ ବ୍ଲକରେ ଛୁଟି ଘୋଷଣା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Get real time updates directly on you device, subscribe now.