fbpx

ଉତ୍ତରାଖଣ୍ଡରେ ପାହାଡରୁ ବରଫ ଅତଡା ଖସି ୮ ମୃତ

Advertisement

ଉତ୍ତରାଖଣ୍ଡ,୨୪/୦୪: ଚାମୋଲି ଜିଲ୍ଲା ଅନ୍ତର୍ଗତ ନିତି ଭ୍ୟାଲିଠାରେ ବରଫ ଅତଡା ଖସି ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି ।
ଭାରତୀୟ ସେନାର ସୂଚନା ଅନୁସାରେ “୩୮୪ ଲୋକଙ୍କୁ ଉଦ୍ଧାର କରାଯାଇଛି । ସୋମନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି ଏବଂ ବର୍ତ୍ତମାନ ସେମାନଙ୍କୁ ମେଡିକାଲ ଚିକିତ୍ସା ଦିଆଯାଉଛି । ୮ ଜଣକ ମୃତ ଦେହ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି”
ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ ଆକାଶ ମାର୍ଗରୁ ଘଟଣା ସ୍ଥଳକୁ ଅନୁଧ୍ୟାନ କରିଛନ୍ତି, ଏବଂ ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ ନିୟୋଜିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ କହିଛନ୍ତି, “କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁୁ ଘଟଣା ସଂପର୍କରେ ସୂଚନା ଦିଆଯାଇଛି । ଏନଡିଆରଏଫ ଏବଂ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ମୁଁ ଆକାଶ ମାର୍ଗରୁ ଘଟଣା ସ୍ଥଳର ନିରୀକ୍ଷଣ କରିଛି । ଆଇଟିବିପି ଏବଂ ବିଆରଓଙ୍କୁ ମଧ୍ୟ ସୂଚିତ କରାଯାଇଛି । ଖୁବ ଶୀଘ୍ର ଉଦ୍ଧାର କାର୍ଯ୍ୟ ଶେଷ ହେବ । ।”

Get real time updates directly on you device, subscribe now.