ମୁସଲିମ ପରିବାରର ୮ଜଣ ସଦସ୍ୟ ପରିବର୍ତ୍ତନ କଲେ ଧର୍ମ, ଆପଣାଇଲେ ହିନ୍ଦୁ ଧର୍ମ
ମଥୁରା ଏକ ପରିବାରର ୮ଜଣ ସଦସ୍ୟ ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି ଏବଂ ହିନ୍ଦୁ ଧର୍ମ ଆପଣାଇଛନ୍ତି ।
ନୂଆଦିଲ୍ଲୀ: ମଥୁରାର ଜମୁନାପାର ଅଞ୍ଚଳରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି । ଏଠାରେ ଏକ ମୁସଲିମ ପରିବାରର ୮ଜଣ ସଦସ୍ୟମାନଙ୍କୁ ଗୁରୁବାର ଦିନ ବୃନ୍ଦାବନରଏକ ଆଶ୍ରମରେ ବୈଦିକ ରିତି-ନୀତି ସହ ଆୟୋଜିତ ଧାର୍ମିକ ସମାରୋହରେ ହିନ୍ଦୁ ଧର୍ମ ଆପଣାଇଛନ୍ତି ।
ଏହି ସମୟରେ ପରିବାରର ସଦସ୍ୟମାନଙ୍କୁ ନିଜ ନାଁରେ ମଧ୍ୟ ପରିବର୍ତ୍ତନ ଏବଂ କହିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ଏବଂ ସ୍ୱତନ୍ତ୍ର ନିଷ୍ପତ୍ତି ଏବଂ ତାଙ୍କ ପୈତୃକ ଧର୍ମରେ ଏହା ଆଧାରିତ । ପରିବାରର ମୁଖିଆ ଯାଇ ନିଜ ନାମ ପରିବର୍ତ୍ତନ କରି ଜଗଦିଶ କରିଛନ୍ତି । ସୂଚନା ମୁତାବକ, ଏହା ବୃନ୍ଦବନ ଜିଲ୍ଲାର ଶେରଗଡ଼ ଜିଲ୍ଲାର ଘଟଣା ।
ମିଡିଆ ସହ କଥା ହୋଇ ଜଗଦିଶ କହିଛନ୍ତି ଯେ, ମୁଗଲ ସମୟ ପର୍ଯ୍ୟନ୍ତ ଆମ ପୂର୍ବବଂଶ ହିନ୍ଦୁ ଥିଲେ । ସେ ପ୍ରେସରରେ ଆସି ଇସଲାମ ଧର୍ମ ଆପଣାଇଥିଲେ ।
ହେଲେ ମନ, ବଚନ କର୍ମରେ ମୁଁ ଦେବୀ କାଳୀଙ୍କ ପୂଜା କରୁଛି । ଗାଁ ଲୋକେ ଆଜି ବି ମୋତେ ଭଗତ ଡାକନ୍ତି ।
ସେ ଆହୁରି କହିଛନ୍ତି ଯେ, ଆମେ ହିନ୍ଦୁ ଧର୍ମକୁ ବିଶ୍ୱାସ କରୁ । ବିନା କୌଣସି ପ୍ରେସର ବା ପ୍ରଲୋଭନରେ ଆମେ ଏହି ନିଷ୍ପତ୍ତି ଗ୍ରହଣ କରିଛୁ ।