fbpx

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଶିଶୁ ସମେତ ୮ଜଣଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ସଡ଼କ ଦୁର୍ଘଟଣାରେ ଆଠଜଣଙ୍କ ମୃତ୍ୟୁ ଘଟିଛି । ଏହି ମୃତକଙ୍କ ମଧ୍ୟରେ ୫ଜଣ ଶିଶୁ ସାମିଲ ଅଛନ୍ତି । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ କୋକରନାନର ଡକ୍ସୁମ ଅଞ୍ଚଳ ପାଖରେ ଏକ ଯାନ ସହ ମୁହାଁମହିଁ ଯୋଗୁଁ ଦୁର୍ଘଟଣା ଘଟିଛି ।

ପୋଲିସର ସୁଚନା ଅନୁଯାୟୀ, .. ରେଜିଷ୍ଟ୍ରେସନ ନମ୍ବରର ସୁମୋ ଗାଡି ଜାମ୍ମୁ ଅଞ୍ଚଳର କିସ୍ତୱାଡାରୁ ଆସୁଥିଲା ଏବଂ ଡକ୍ସୁମ ପାଖରେ ଅନିୟନ୍ତ୍ରିତ ହୋଇ ରାସ୍ତାରୁ ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ୫ଜଣ ଶିଶୁ, ଦୁଇ ମହିଳା ଏବଂ ଜଣେ ପୁରୁଷ ସାମିଲ ଅଛନ୍ତି । ଏହାରି ମଧ୍ୟରେ, ଏହି ଦୁର୍ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.