fbpx
BSKY SKY
BSKY SKY

ଚକଲେଟ ବାହାନାରେ ଯୌନ ଶୋଷଣ: ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ବେଳେ ଧରା ପଡିଲା ମୌଲବୀ

BSKY

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପାଲଘର ଜିଲ୍ଳାରୁ ଆସିଛି ଏକ ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ମୌଲବୀକୁ ଧରିଛନ୍ତି ସ୍ଥାନୀୟ ଲୋକ । ପୀଡିତାଙ୍କୁ ଜବରଦସ୍ତ ନିଜ ସହ ନେଇ ଯିବାକୁ ଚେଷ୍ଟା କରୁଥିଲା ମୌଲବୀ । ଏହି ସମୟରେ ନାବାଳିକାର ଚିତ୍କାର ଶୁଣି ଲୋକଙ୍କ ଭିଡ ଲାଗିଯାଇଥିଲା ଏବଂ ମୌଲବୀକୁ ଜବତ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ସୂଚନା ଅନୁସାରେ, ମହାରାଷ୍ଟ୍ର ପାଲଘର ଜିଲ୍ଳାର ଗଣେଶ ନଗର ଅଞ୍ଚଳରେ ଏହି ମୌଲବୀକୁ ଲୋକମାନେ ଜବତ କରିଛନ୍ତି । ନାବାଳିକାକୁ ଚକଲେଟ ଦେବା ବାହାନାରେ ଅପହରଣ କରିବାକୁ ମୌଲବୀ ଚେଷ୍ଟା କରୁଥିଲା । ଏହାସହିତ ଯୌନ ଶୋଷଣ କରିବା ପାଇଁ ମଧ୍ୟ ଚେଷ୍ଟା କରୁଥିବା କୁହାଯାଉଛି । ଏହି ସମୟରେ ପିଲାଟି ଚିତ୍କାର କରି ଉଠିବାରୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ । ମୌଲବୀକୁ ଧରି ମାଡ ମାରିବା ସହ ତାକୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ମୌଲବୀ ବିରୁଦ୍ଧରେ ବିଭିନ୍ନ ଆଇପିସିର ବିଭିନ୍ନ ଧାରା ଏବଂ ପକ୍ସୋ ଆକ୍ଟରେ ଏକାଦିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.