fbpx

ଶର୍ମିଷ୍ଠାଙ୍କୁ ମିଳିଲାନି ଜାମିନ: ଗିରଫ ପରେ ୫ ଦିନିଆ ରିମାଣ୍ଡରେ ଯିବେ ‘ସଂପୂର୍ଣ୍ଣ’ ମାଲିକାଣୀ

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ ପୋର୍ଟାଲ ‘ସଂପୂର୍ଣ୍ଣ’ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ରିମାଣ୍ଡରେ ନେଲା ଚାନ୍ଦବାଲି ପୋଲିସ୍ । ଶର୍ମିଷ୍ଠାକୁ ସୋମବାର ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ, ପୋଲିସ । ବସ୍ ଯୋଗେ କଲିକତାରୁ ଫେରୁଥିବାବେଳେ ଶର୍ମିଷ୍ଠାଙ୍କୁ ଧରିଥିଲା ପୋଲିସ୍ । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗିରଫ ପରେ ଉଭୟଙ୍କୁ ଚାନ୍ଦବାଲି ଜେଏମଏଫସି କୋଟରେ ହାଜର କରାଯାଇଥିଲା । ତେବେ ଉଭୟଙ୍କ ଜାମିନ ଆବେଦନ ଖାରଜ କରିବା ସହ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।

ଏହା ସହ ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଅବସରପ୍ରାପ୍ତ ଓଇଏସ ନିରଞ୍ଜନ ସେଠୀ ଏବଂ ଅନ୍ୟଜଣେ ରଞ୍ଜନ ନାୟକଙ୍କୁ ମଧ୍ୟ ରିମାଣ୍ଡରେ ପୋଲିସ୍ । ସମସ୍ତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ୍ । ୪ ଅଭିଯୁକ୍ତ ଆସନ୍ତାକାଲି ଠାରୁ ରିମାଣ୍ଡରେ ଯିବେ । ୭ ଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ।

ଏକ ମେମୋରୀ ଚିପ୍ ପାଇଁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା ଥିଲା । ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା । ଭୁବନେଶ୍ୱରରେ ହତ୍ୟା ପରେ ନୟାଗଡ଼ରେ ଶବ ପୋତାଯାଇଥିଲା ।

ସେପଟେ ମାନସଙ୍କ ମା ଅଭିଯୋଗ କରିଛନ୍ତି ଯେ ପୋଲିସର ବିଳମ୍ବିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାନସଙ୍କ ମୃତ୍ୟୁ ହୋଇଛି ଯଦି ପୋଲିସ ଠିକ୍ ସମୟରେ ପଦକ୍ଷେପ ନେଇଥାନ୍ତା ତାହାଲେ ମାନସ ଜୀବିତ ଥାନ୍ତେ । ତାଙ୍କ ମା’ ଦାବି କରିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତଙ୍କୁ କଲବଲ କରି ଫାଶି ଦିଆଯାଉ ବୋଲି କହିଛନ୍ତି ମାନସଙ୍କ ମା’ ।

Get real time updates directly on you device, subscribe now.