fbpx

ମଥାର ସିନ୍ଦୁରକୁ ଛଡାଇ ନେଲା ରାଜନୀତି: ଗୁଳିମାଡରେ ପ୍ରାଣ ହରାଇଲେ ସମିତି ସଭ୍ୟାଙ୍କ ସ୍ୱାମୀ

ଭୁବନେଶ୍ୱର: ସରିଛି ନିର୍ବାଚନ, କିନ୍ତୁ ସରୁନି ନିର୍ବାଚନୀ ହିଂସା । ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ମଧ୍ୟ ଶେଷ ହୋଇ ଫଳାଫଳ ଘୋଷଣା କରାସରିଲାଣି । କିନ୍ତୁ ହିଂସା ଆଉ ଆକ୍ରମଣ ବନ୍ଦ ହେବାର ନାଁ ଧରୁନି । ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ଏବଂ ସେମାନଙ୍କ ପରିବାର ଉପରେ ଆକ୍ରମଣ ଜାରି ରହିଛି । ସେହିଭଳି ଆଉ ଏକ ଘଟରା ଦେଖିବାକୁ ମିଳିଛି । ପାଟଣାଗଡ ଅଞ୍ଚଳରେ । ବିରୋଧୀଙ୍କ ଅଚାନକ ଗୁଳିମାଡରେ ପ୍ରାଣ ହରାଇଛନ୍ତି ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ।

ପାଟଣାଗଡ ବାଗଦୋର ପଞ୍ଚାୟତର ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଅଚାନକ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ୩ ଜଣ ଦୁର୍ବୃତ୍ତ ପଲସରରେ ଆସି ଲୋକନାଥଙ୍କୁ ୩ ରାଉଣ୍ଡ ଗୁଳିମାଡ କରିଛନ୍ତି । ଫଳରେ ଗୁରୁତର ଆହତ ହୋଇଥିଲେ ଲୋକନାଥ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଳରେ ଭର୍ତ୍ତି କରାଯାଇଥିଲା । ଏହାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ଏଥିସହିତ ୨ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଆକ୍ରମଣର ପ୍ରକୃତ କାରଣ ,ବେ ପର୍ଯ୍ୟନ୍ତ ଜଣା ପଡି ନଥିଲେ ସୁଦ୍ଧା ରାଜନୈତିକ ହିଂସା ଏହାର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.