fbpx

Breaking News; ୮ ବର୍ଷର ପୁଅକୁ ଟାଣିନେଲା କୁମ୍ଭୀର: ଖେଳୁଥିବା ବେଳେ ନେଇଗଲା ‘ଜଳଦାନବ’

Advertisement

ଅନୁଗୁଳ: ପୁଣିଥରେ ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ । ୮ ବର୍ଷର ଜଣେ କୁନି ବାଳକକୁ କୁମ୍ଭୀର ନିଜ ଶିକାର ବନାଇଛି । ଖେଳୁଥିବା ବେଳେ ୮ ବର୍ଷର ଏହି କୁନି ବାଳକଟିକୁ ଟାଣିନେଇଛି କୁମ୍ଭୀର । ଟିକରପଡ଼ା ମହାନଦୀ କୂଳରେ ପିଲାଟି ଖେଳୁଥିବା ବେଳେ ଏଭଳି ଏକ ଅଘଟଣ ଘଟିଯାଇଛି । ଏହାର କିଛି ସମୟ ପରେ ପିଲାଟିର ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ମୃତ ନାବାଳକଟି ଟିକରପଡ଼ା ଘାଟ ସାହି ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.