fbpx

ବିବାହ ଭୋଜି ଖାଇ ୮୦ ଅସୁସ୍ଥ

ଭଦ୍ରକ, ୧୯ା୨ (ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲାରେ ଏକ ବିବାହ ଭୋଜି ଖାଇ ୮୦ ଜଣ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥମାନଙ୍କୁ ଚୁନିଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ଭଦ୍ରକର କଲେଇ ପଞ୍ଚାୟତର ଚୁନିଦା ଗ୍ରାମରେ ଏକ ବିବାହ ଉତ୍ସବ ଥିଲା । ଭୋଜି ଖାଇ କନିଆଁଙ୍କ ସହ ପରିବାର ଲୋକ ଓ ନିମନ୍ତ୍ରିତ ଅତିଥି ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି । ତେବେ ଭୋଜି ଖାଇ ଅସୁସ୍ଥ ହେବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Get real time updates directly on you device, subscribe now.