ଭୁବନେଶ୍ୱର: ବିଧାନସଭା ଘେରାଉ କରିବା ପାଇଁ ସାରା ରାଜ୍ୟର କଂଗ୍ରେସ କର୍ମୀ ଆଜି ଭୁବନେଶ୍ୱର ମୁହାଁ ହୋଇଛନ୍ତି ।
ଅନେକ ସ୍ଥାନରେ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକାଇ ରଖିଥିବା ସୂଚନା ମିଳିଛି । ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ କିଛି ରାସ୍ତାକୁ ଜନସାଧାରଣଙ୍କ ଗମନା ଗମନ ପାଇଁ ବନ୍ଦ କରିଦିଆଯାଇଛି । ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିୟନ ରାସ୍ତା ଆଜି ବନ୍ଦ ରହିବ ।
ସେହିପରି ରାଜମହଲରୁ ରୁପାଲି ଏବଂ ରୁପାଲିରୁ ରାଜମହଲ ରାସ୍ତା ଭିଡ଼ ରହିବ ବୋଲି କୁହାଯାଉଛି । ଯେଉଁ କାରଣରୁ ଲୋକମାନଙ୍କୁ ସେହି ବାଟ ଦେଇ ଯିବା ପାଇଁ ବାରଣ କରାଯାଇଛି ।
ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ଏହି ଘେରାଉ କରିବାକୁ ଯାଉଛି । ତେବେ ଭୁବନେଶ୍ୱରରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟିୟର ଗ୍ୟାସ୍ ସାଙ୍ଗକୁ ହେଲମେଟ ଏବଂ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି ।