fbpx

କେଉଟଙ୍କୁ ମିଳିଲା ୮୦୦ କେଜିର ଦୁଲର୍ଭ ମାଛ, ୨୦ ଲକ୍ଷ ଟଙ୍କାରେ ବିିକ୍ରି

ଏକ ଉଡନ୍ତା ଜାହାଜ ପରି ଦୃଶ୍ୟମାନ ହେଉଥିବା ୮୦୦ କେଜିର ବିଶାଳ ମାଛ ଆଜି ଧରାଯାଇଛି । ଏହି ଦୁଳର୍ଭ ମାଛକୁ ପ୍ରାୟ ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଜଣାପଡିଛି । ଓଡିଶା-ପଶ୍ଚିମବଙ୍ଗ ଦୀଘା ମୁହାଣରେ ଏହି ବିଶାଳକାୟ ମାଛଟି କେଉଟଙ୍କ ଜାଲରେ ପଡିଛି । ଏହି ମାଛ ବହୁତ ଦୁଲର୍ଭ, ଯାହାକୁ ପୂର୍ବରୁ କେବେ ବି ଏହି ଅଞ୍ଚଳରେ ଦେଖାଯାଇନଥିଲା ।

ଆଜି ଯେଉଁ ଟ୍ରଲରରେ ଏହି ଦୁଲର୍ଭ ମାଛକୁ ଧରାଯାଇଥିଲା, ତାର ମାଲିକ ଓଡିଶାର ବୋଲି ଜଣାପଡିଛି । ମାଛକୁ ଦେଖିବା ପାଇଁ ସେଠାରେ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା । ଏତେ ଓଜନର ମାଛ ହୋଇଥିବାରୁ ତାକୁ ଏପଟସେପଟ କରିବା ବି କଷ୍ଟ ହୋଇପଡିଥିଲା । ବଜାରରେ ଏହି ମାଛ କିଲେ ଗ୍ରାମ ପ୍ରତି୨୧୦୦ ଟଙ୍କାରେ ବିକ୍ରି ହୋଇଥିଲା । ଫଳରେ ମାଲିକକୁ ପ୍ରାୟ ୨୦ ଲକ୍ଷ ଟଙ୍କାର ଲାଭ ହୋଇଛି ।

Get real time updates directly on you device, subscribe now.