fbpx

ଫେକ୍ ମେସେଜର ଶିକାର ହୋଇଛନ୍ତି ୮୨% ଭାରତୀୟ, ବର୍ତ୍ତମାନ ସୁଦ୍ଧା ରିପୋର୍ଟ ହୋଇଛି ୯୩ ହଜାର ଟେଲିକମ୍ ସ୍କାମ୍

ନୂଆଦିଲ୍ଲୀ: ଦିନକୁ ଦିନ ଅନଲାଇନ୍ ଠକାମୀ ମାମଲା ବୃଦ୍ଧି ପାଇବାରେ ଲାଗିଛି । ସଂଚାର ମନ୍ତ୍ରଳାୟୟ ଅନ୍ତର୍ଗତ ଦୂରସଂଚାର ବିଭାଗ(DoT)ର ଏକ ରିପୋର୍ଟରୁ ପ୍ରକାଶ କି ଦେଶରେ ଟେଲିକମ୍ ୯୩, ୦୮୧ ଟେଲିକମ୍ ସ୍କାମ୍ ମାମଲା ରୁଜୁ ହୋଇଛି । କଲ୍‌, ଏସଏମଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ଏଭଳି ମାମଲା ସାମ୍ନାକୁ ଆସିଛି । ଠକେଇ ମାମଲାରେ ବ୍ୟାଙ୍କ ଆକାଉଣ୍ଟ, ପେମେଣ୍ଟ ୱାଲେଟ୍‌, ସିମ୍ କାର୍ଡ଼, ଗ୍ୟାସ୍ କିମ୍ବା ବିଦ୍ୟୁତ ସଂଯୋଗ, KYC ଅପଡେଟ୍‌, ଏକ୍ସପାୟରି, ଡିଆକ୍ଟିଭେସନ୍ ଇତ୍ୟାଦି ରହିଛି ।

ବିଶିଷ୍ଟ ସାଇବର ସିକ୍ୟୁରିଟି ଫାର୍ମ McAfee ୨୦୨୩ରେ ଏହାର ପ୍ରଥମ ‘ଗ୍ଲୋବାଲ ସ୍କାମ୍ ମେସେଜ୍ ଷ୍ଟଡି’ କରିଥିଲା । ଏହି ଅଧ୍ୱୟନରୁ ଜଣାପଡ଼ିଛି କି ଭାରତୀୟମାନେ ସପ୍ତାହରେ ପ୍ରାୟ ୧.୮ ଘଣ୍ଟା ଜାଲିଆତି ମେସେଜ୍ ଏବଂ ଦୈନିକ ହାରାହାରି ୧୨ଟି ସ୍କାମ ବା ଫେକ୍ ମେସେଜ୍ ରିସିଭ୍ କରିଥାନ୍ତି । ମୋଟ୍ ୮୨% ଭାରତୀୟ ଫେକ୍ ମେସେଜ୍ ଦ୍ୱାରା ଠକାମୀର ଶିକାର ହୋଇଛନ୍ତି । ସେହିପରି ପ୍ରାୟ ୬୪% ନକଲି ନିଯୁକ୍ତି ନୋଟିଫିକେସନ୍‌/ ଅଫର ଏବଂ ୫୨% ବ୍ୟାଙ୍କ ଆଲର୍ଟ ମେସେଜର ସର୍ବାଧିକ ଶିକାର ହେଉଛନ୍ତି । ଏହି ରିପୋର୍ଟରୁ ପ୍ରକାଶ କି ପ୍ରାୟ ୮୩% voice scam victims ଏବଂ ଅର୍ଦ୍ଧକେ ଭାରତୀୟ ଦାବି କରିଛନ୍ତି କି ସେମାନେ ବାସ୍ତବ ଏବଂ କ୍ଲୋନିଂ ଭଏସ୍ ମଧ୍ୟରେ ପାର୍ଥକ୍ୟ ଜାଣିପାରନ୍ତି ନାହିଁ । ଏଥିମଧ୍ୟରୁ ୪୯% ରେସ୍ପଣ୍ଡେଣ୍ଟ ବିଶ୍ୱାସ କରିଥିଲେ କି ଏହି ସ୍କାମ୍ ବାର୍ତ୍ତା ବାସ୍ତବ ପରି ମନେ ହୁଏ ଯାହାକୁ ଚିହ୍ନଟ କରିବା କଷ୍ଟକର । ଚଳିତ ବର୍ଷ ଅଗଷ୍ଟ ୨୮ରେ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(TRAI) ଏକ ପରାମର୍ଶ କାଗଜ ପ୍ରକାଶ କରି ସ୍କାମ୍ ବିରୋଧୀ ଆଇନରେ କିଛି ପରିବର୍ତ୍ତନ ଦର୍ଶାଇଥିଲା । ଟେଲିକମ୍ ବିଭାଗର କହିବାନୁଯାୟୀ ବର୍ତ୍ତମାନ ସୁଦ୍ଧା କଲ୍ ମାଧ୍ୟମରେ ୬୦, ୭୩୦, ଏସଏମଏସ୍ ମାଧ୍ୟରେ ୩,୦୨୬ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ୨୯, ୩୨୫ ଫେକ୍ ରିକ୍ୱେଷ୍ଟ ରିସିଭ୍ ହୋଇଛି । ଏଥିମଧ୍ୟରୁ ଉତ୍ତରପ୍ରଦେଶରୁ ସର୍ବାଧିକ ୧୦, ୩୯୨ ମାମଲା ସାମ୍ନାକୁ ଆସିଛି । “ମୁଁ ୬ ମାସ ପୂର୍ବରୁ ଏକ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଘର ଭଡ଼ା ଦେବାକୁ ଚେଷ୍ଟା କରୁଥିବା ବେଳେ ଠକାମିର ଶିକାର ହୋଇଥିଲି । ଜଣେ ଭାରତୀୟ ସେନା ଅଧିକାରୀ ଭାବରେ ନକଲି ପରିଚୟ ପତ୍ର ଏବଂ ଡକ୍ୟୁମେଣ୍ଟ ସହିତ ମୋତେ ଭଡ଼ା ବାହାନା କରି ୬୧,୦୦୦ ଟଙ୍କା ଠକିଥିଲେ। ସେ ମୋ ଫୋନ୍ ନମ୍ବର ମାଗି ମୋତେ ଏକ ଛଜ କୋଡ୍ ପଠାଇଲେ । ତା’ପରେ, ମୋର ଆତ୍ମବିଶ୍ୱାସ ପାଇବା ପାଇଁ ସେ ମୋତେ ମୋ ଆକାଉଣ୍ଟରେ ଜର ୧ ପଠାଇଲେ । ଏହା ପରେ, ମୋର କଷ୍ଟ ଉପାର୍ଜିତ ଟଙ୍କା ମୋ ଆକାଉଣ୍ଟରୁ କଟିଯାଇଥିଲା । ବର୍ତ୍ତମାନ ମୁଁ କେବଳ ମୋର ଟଙ୍କା ଫେରାଇ ଆଣିବା ପାଇଁ ପୋଲିସର ଅପେକ୍ଷା କରିଛି ବୋଲି ରାଞ୍ଚିରୁ ଠକେଇ ଯୋଗାଯୋଗର ୨୬ ବର୍ଷୀୟ କୁନାଲ କିଶୋର କହିଛନ୍ତି ।

ଫ୍ରଡ୍ କିମ୍ବା ଆର୍ଥିକ ଠକାମିର ଶିକାର ହୋଇଥିଲେ କ’ଣ କରିବେ ?

– ସାଇବର କ୍ରାଇମ୍ ହେଲ୍ପଲାଇନ୍ ନମ୍ବର ୧୯୩୦ରେ ରିପୋର୍ଟ କରନ୍ତୁ ।

– ସାଇବର କ୍ରାଇମର ଅଫିସିଆଲ ୱେବସାଇଟ୍ https://www.cybercrime.gov.in.କୁ ଯାଆନ୍ତୁ ।

– ‘CHAKSHU’ ପୋର୍ଟାଲରେ ୩୦ ଦିନ ମଧ୍ୟରେ ଅଭିଯୋଗ ଦାଖଲ କରନ୍ତୁ ।

– ‘Sanchar Saathi’ ପୋର୍ଟାଲ https://sancharsaathi.gov.in/sfc/Home/sfc-complaint.jspରେ ଅଭିଯୋଗ ରିପୋର୍ଟ କରି ଟ୍ରେସ୍ କରିପାରିବେ ।

– ନିକଟସ୍ଥ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିପାରିବେ ।

ଏହି ସାବଧାନତା ଅବଲମ୍ବନ କରନ୍ତୁ

– କୌଣସି ଅଜଣା ଏବଂ ସନ୍ଦିଗ୍ଧ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ ।
– ଟେକ୍ସଟ ମେସେଜ୍‌, ସୋସିଆଲ ମିଡିଆ ପୋଷ୍ଟ ଏବଂ ୱେବ୍ ବ୍ରାଉଜରରେ ରିସିଭ୍ କରୁଥିବା ଅସୁରକ୍ଷିତ ଏବଂ ରିସ୍କ ଥିବା ହାଇପର ଲିଙ୍କକୁ ବ୍ଲକ୍ କରନ୍ତୁ ।
– ପ୍ରସିଦ୍ଧ ଏବଂ ବିଶ୍ୱସନୀୟ ସ୍କାମ୍ ପ୍ରୋଟେକ୍ସନ ସଫ୍ଟୱେୟାର ଏବଂ ଆପ୍ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.