8th pay commission ଲାଗୁ ପରେ କେତେ ପରିମାଣରେ ବଢ଼ିବ କର୍ମଚାରୀଙ୍କ ଦରମା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଲାଭବାନ ହେବେ କେନ୍ଦ୍ରସରକାରୀ କର୍ମଚାରୀ । ପେନସନଭୋଗୀ ମଧ୍ୟ ପାଇବେ ଫାଇଦା ।
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୮ମ ବେତନ କମିଶନ ଗଠନ ନେଇ ବଡ଼ ଘୋଷଣା କରିଛନ୍ତି । ଏହାଦ୍ୱାରା ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନଶନ୍ ଭୋଗୀ ଉପକୃତ ହେବେ ।
ଏହି ଆୟୋଗ ଦ୍ୱାରା ଦରମା ବଢ଼ିବାର ମୁଖ୍ୟ ଆଧାର ଫିଟମେଣ୍ଟ ଫ୍ୟାକ୍ଟର ହେବ । କର୍ମଚାରୀଙ୍କ ଦରମା ବୃଦ୍ଧି କ୍ଷେତ୍ରରେ ଫିଟମେଟର ବଡ଼ ଭୂମିକା ରହିଛି ।
ଫର୍ମୁଲା: ୭ମ ବେତନ କମିଶନରେ ଏହି ଫ୍ୟାକ୍ଟର ୨.୫୭ ରହିଥିଲା । ଯାହା ଦ୍ୱାରା କର୍ମଚାରୀଙ୍କ ଦରମା ୨୩.୫୫% ବୃଦ୍ଧି ହୋଇଥିଲା । ମିଡିଆ ରିପୋର୍ଟ ମୁତାବକ ୮ମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୨.୨୮ରୁ ୨.୮୬ ମଧ୍ୟରେ ରଖାଯିବ । ଯେଉଁଥିରେ କର୍ମଚାରୀଙ୍କ ଦରମା ୨୦ରୁ ୫୦% ବୃଦ୍ଧି ଘଟିବ ।
ଯଦି କୌଣସି କର୍ମଚାରୀଙ୍କ ଦରମା ୧୮୦୦୦ ରହିଛି ୮ମ ବେତନ କମିଶନ ଲାଗୁ ପରେ ଏ ଦରମା ୫୧,୪୮୦ରେ ପହଞ୍ଚିବ ।
ଏବେ ଲାଗୁହେବ: ଆସନ୍ତା ବର୍ଷ ଜାନୁଆରୀରେ ୮ମ ବେତନ କମିଶନ ଲାଗୁ ହେବାର ଆଶଙ୍କା ରହିଛି । ଏହାଦ୍ୱାରା ଦରମା ସାଙ୍ଗକୁ ସରକାରଙ୍କ ତରଫରୁ ମିଳୁଥିବା ଭତ୍ତା ମଧ୍ୟ ବୃଦ୍ଧି ହେବ ।