fbpx

୫ଟି ବ୍ୟାଙ୍କର ବଡ଼ ଘୋଷଣା: ସ୍ଥାୟୀ ଜମାରେ ନିବେଶ ଉପରେ ମିଳିବ ୯.୫ ପ୍ରତିଶତ ସୁଧ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ତେଣୁ ଗ୍ରାହକମାନେ ସବୁ ସମୟରେ ଭଲ ନିବେଶ ସନ୍ଧାନରେ ରହିଥାନ୍ତି । ତେବେ ବର୍ତ୍ତମାନ ସମୟରେ ମାର୍କେରେ ଶେୟାର ମ୍ୟାର୍କେଟ, ମ୍ୟୁଚୁଆଲ ଫଣ୍ଡ, ପୋଷ୍ଟ ଅଫିସ, ଜୀବନ ବୀମା, ବଣ୍ଡ ଆଦିରେ ନିବେଶ ସୁବିଧା ରହିଥିଲେ ହେଁ ବ୍ୟାଙ୍କରେ ସ୍ଥାୟୀ ଜମା (ଏଫଡି) ହେଉଛି ନିବେଶର ଏକ ବଢ଼ିଆ ବିକଳ୍ପ । ଆପଣମାନେ ବିଭିନ୍ନ ବ୍ୟାଙ୍କରେ ଏଫଡିରେ ନିବେଶ କରି ୯.୫ ପ୍ରତିଶତ ରିଟର୍ଣ୍ଣ ପାଇ ପାରିବେ ।

୧- ସୂର୍ଯ୍ୟୋଦୟ ଫାଇନାନ୍ସ ବ୍ୟାଙ୍କରେ ୨ ବର୍ଷର ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୯.୧୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ଏହି ଅବଧିର ଏଫଡିରେ ସାଧାରଣ ନାଗରିକଙ୍କୁ ୮.୬୫ ପ୍ରତିଶତ ସୁଧ ମିଳୁଛି ।

୨- ଶିବାଲିକ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ୨୪ ମାସିହା ଏଫଡିରେ ସାଧାରଣ ନାଗରିକଙ୍କୁ ୮.୫୫ ପ୍ରତିଶତ ସୁଧ ଓ ବରିଷ୍ଠ ନାଗରିକଙ୍କୁ ୯.୦୫ ପ୍ରତିଶତ ସୁଧ ମିଳୁଛି ।

୩- ନର୍ଥ ଇଷ୍ଟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୧୧୧୧ ଦିନିଆ ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୯.୫ ପ୍ରତିଶତ ସୁଧ ଓ ସାଧାରଣ ନାଗରିକଙ୍କୁ ୯ ପ୍ରତିଶତ ସୁଧ ମିଳୁଛି । ସେହିପରି ୧ ବର୍ଷିଆ ଏଫଡି ଉପରେ ୭ ପ୍ରତିଶତ ସୁଧ ମିଳୁଛି ।

୪- ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ୧୦୦୧ ଦିନିଆ ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୯.୫ ପ୍ରତିଶତ ସୁଧ ସାଧାରଣ ନାଗରିକଙ୍କୁ ୯ ପ୍ରତିଶତ ସୁଧ ମିଳୁଛି ।

୫- ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ୨-୩ ବର୍ଷିଆ ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୯.୧୦ ପ୍ରତିଶତ ସୁଧ ଓ ସାଧାରଣ ନାଗରିକଙ୍କୁ ୮.୫ ପ୍ରତିଶତ ସୁଧ ମିଳୁଛି ।

Get real time updates directly on you device, subscribe now.