ଭୂକମ୍ପରେ ଛାରଖାର ହେଲା ତିବ୍ୱତ, ଭଙ୍ଗା ଅଟାଳିକା ତଳେ ଫସିଛି ବହୁ ମୃତଦେହ
ଭୂକମ୍ପ ଝଟକାରୁ ଆରମ୍ଭ ହେଲା ବର୍ଷର ପ୍ରଥମ ମଙ୍ଗଳବାର । ୫୩ ଜଣ ହରାଇଲେ ପ୍ରାଣ ।
ତିବ୍ୱତ: ମଙ୍ଗଳବାରର ସୂର୍ଯ୍ୟୋଦୟ ଭୂକମ୍ପ ଝଟକାରୁ ଆରମ୍ଭ ହୋଇଛି । ପଡ଼ୋଶୀ ଦେଶ ନେପାଳ ଏବଂ ତିବ୍ୱତରେ ଭିଷଣ ଭୂକମ୍ପ ହୋଇଛି ।
ତିବ୍ୱତରେ ପାଖାପାଖି ୫୩ଜଣ ଲୋକ ଭୂକମ୍ପରେ ପ୍ରାଣ ହରାଇଛନ୍ତି । ୭.୧ ମ୍ୟାଗନିଚ୍ୟୁଡ୍ ତୀବ୍ରତା ବିଶିଷ୍ଟ ଭୂକମ୍ପ ଯୋଗୁ ପାଖାପାଖି ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା କିଛି ନ୍ୟୁଜ୍ ଏଜେନ୍ସି ସୂଚନା ଦେଇଛି ।
ଭୂକମ୍ପର କେନ୍ଦ୍ର ତିବ୍ୱତ ହୋଇଥିବା କାରଣରୁ ଏଥିରେ ସ୍ଥାନୀୟ ଅଞ୍ଚଳରେ ବିଶେଷ କ୍ଷତି ଆକଳନ କରାଯାଉଛି ।
ସକାଳ ପାଖାପଖି ୬ଟା ବାଜି ୫୨ ମିନିଟରେ ତିବ୍ୱତ ସମେତ ନେପାଳର କାଠମାଣ୍ଡୁ, ଧାଡିଂ, ସିଦ୍ଧୁପାଲ ଛକ, କାବରେ, ମକବାନପୁର ଏବଂ ଏହାର ଆଖପାଖି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।
ଉତ୍ତର ଭାରତର କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
କେମିତି ହୁଏ ଭୂକମ୍ପ: ପୃଥିବୀ ୭ଟି ଟେକ୍ଟୋନିକ ପ୍ଲେଟ୍କୁ ନେଇ ଗଢ଼ା । ଏହି ପ୍ଲେଟ୍ ଅନେକ ସମୟରେ ସ୍ଥାନ ପରିବର୍ତ୍ତନ ପାଇଁ ଘୁରିବୁଲନ୍ତି । ଯାହା ମଣିଷ ୍ରଅନୁଭବ କରିପାରେ ନାହିଁ । କିନ୍ତୁ ପ୍ଲେଟ୍-ପ୍ଲେଟ୍ ପରସ୍ପର ବାଡେଇ ହେବା କାରଣରୁ ଭୂକମ୍ପ ଅନୁଭୂତ ହୁଏ । ଭୂକମ୍ପ ତୀବ୍ରତା ଯେତେ ଅଧିକ ରହିବ ସେ ଭୂକମ୍ପ ସେତେ ବିପଦଜନକ ସାବ୍ୟସ୍ତ ହୋଇଥାଏ ।