fbpx

ବିଧାୟକଙ୍କୁ ମାଡ ଘଟଣାର ପର୍ଦ୍ଦାଫାଶ: ଏକା ସାଙ୍ଗରେ ୯ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ବିଧାୟକଙ୍କୁ ମାଡ ଘଟଣାରେ ଗିରଫ ହେଳେ ୯ ଜଣ ଅଭିଯୁକ୍ତ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ମାରିବା ଘଟଣାରେ ପୋଲିସ ଏମାନଙ୍କୁ ଗିରଫ କରିଛି । ସ୍ଥାନୀୟ ବାଣପୁର ବ୍ଲକ ପରିସରରେ ଏମାନେ ବିଧାୟକଙ୍କୁ ଆକ୍ରମଣ କରିଥିବା ଜରାପଡିଛି । ବିଭିନ୍ନ ସ୍ଥାନରେ ଚଢାଉ ପରେ ଆଜି ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ବିଭାଗ । ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ରେଡ କରି ଏମାନଙ୍କ ହେପାଜତକୁ ନେଇଛି ।

ସୂଚନା ଅନୁସାରେ, ଗତ ୧୨ ତାରିଖରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ କିଛି ଯୁବକ ଆକ୍ରମଣ କରିଥିଲେ । ବାଣପୁର ବ୍ଲକ ନିକଟରେ ବିଧାୟକଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କ ଗାଡି ମଧ୍ୟ ଭଙ୍ଗାରୁଜା କରିଥିଲେ ଏହି ଯୁବକ । ଏହି ଅଭିଯୋଗରେ ଆଜି ପୋଲିସ ମୋଟ ୯ ଜଣଙ୍କୁ ଗିରଫ କରିଛି । ଅଭିଯୋଗ ପରେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ତେବେ ଏହି ଚଢାଉରେ ଆଜି ମିଳିଛି ସଫଳତା । ନିଳାଦ୍ରୀପ୍ରସାଦ ପୁରୁଣା ବାଙ୍କଡାଘର ନିକଟ ଜଙ୍ଗଲରୁ ଏମାନଙ୍କୁ ଗିରଫ କରିଛି ପୋଲିସ ।

Get real time updates directly on you device, subscribe now.