fbpx

IPLରୁ ବାଦ ପଡିବେ ଷ୍ଟାର ଅଲରାଉଣ୍ଡର: ରିପ୍ଲେସମେଣ୍ଟ ପାଇଁ ଏହି ଖେଳାଳିଙ୍କୁ ବାଛି ପାରନ୍ତି ରିଷଭ ପନ୍ତ

ନୂଆଦିଲ୍ଳୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ର ପ୍ରଥମ ମ୍ୟାଚରେ ବିଜୟ ସହ ଯାତ୍ରା ଆରମ୍ଭ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । କିନ୍ତୁ ଏହି ବିଜୟର ଖୁସିକୁ ବେଶୀ ସମୟ ଉପଭୋଗ କରି ପାରିନି । ଦଳରେ ଖୁବ ଶୀଘ୍ର ଯୋଡି ହେବାକୁ ଯାଉଥିବା ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶ ଆହତ ହୋଇଥିବା ସୂଚନା ମିଳିଛି । ଏହାପରେ IPLରେ ତାଙ୍କ ଖେଳିବା ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଫଳରେ ଦିଲ୍ଲୀ ଅଧିନାୟକ ରିଷଭ ପନ୍ତଙ୍କ ପାଇଁ ବଢିଛି ଚିନ୍ତା ।

All-rounder Mitch Marsh to miss series through injury, Cameron Green in - daytonews

ଗୁରୁତର ଆହତ ଯୋଗୁଁ ପାକିସ୍ତାନ ବିପକ୍ଷ ସୀମିତ ଓଭର ସିରିଜରୁ ବାଦ ପଡିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶ । ତେଣୁ IPLରେ ତାଙ୍କ ଖେଳିବା ମଧ୍ୟ ଏକ ପ୍ରକାର କଷ୍ଟକର ହୋଇ ପଡିଛି । ଫଳରେ ତାଙ୍କ ବିକଳ୍ପ ପାଇଁ ଚିନ୍ତା କରୁଛି ଦିଲ୍ଳୀ । ତେବେ ଏପରି ପରିସ୍ଥିତିରେ କିଏ ଦଳରେ ତାଙ୍କ ସ୍ଥାନ ନେବେ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି । ଏହି ତାଲିକାରେ ସବୁଠୁ ଆଗରେ ରହିଛନ୍ତି ଶ୍ରୀଲଙ୍କାର ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଦାସୁନ ଶନାକା । ଭାରତ ବିପକ୍ଷ ସିରିଜରେ ଦମଦାର ପ୍ରର୍ଦାନ ଫଳରେ ସେ ମିଚେଲ ମାର୍ଶଙ୍କ ସ୍ଥାନରେ ଦଳରେ ସାମିଲ ହେବାର ପ୍ରମୁଖ ଦାବିଦାର ହୋଇ ପାରନ୍ତି । ତାଙ୍କ ବ୍ୟତୀତ ଡାଭିଡ ୱିଜି ଏବଂ ବେନ କଟିଙ୍ଗ ମଧ୍ୟ ଏହି ତାଲିକାରେ ନିଜ ନାମ ଯୋଡିଛନ୍ତି । ମିଚେଲ ମାର୍ଶଙ୍କ ସ୍ଥାନରେ ଦିଲ୍ଳୀ ତରଫରୁ ଖେଳିବା ପାଇଁ ଏହି ୩ ଜଣ ଖେଳାଳିଙ୍କ ମଧ୍ୟରୁ ଦିଲ୍ଳୀ ଜଣଙ୍କୁ ଚୟନ କରିବ ବୋଲି ଆଶଙ୍କା କରୁଛି ।

Get real time updates directly on you device, subscribe now.