fbpx

NBCCରେ ଏହି ପଦବୀରେ ବମ୍ପର ଭ୍ୟାକେନ୍ସି, ଜଲଦୀ କରିନିଅନ୍ତୁ ଆବେଦନ, ୨ ଲକ୍ଷ ପର୍ଯ୍ୟନ୍ତ ରହିଛି ଦରମା

ନ୍ୟାସନାଲ ବିଲ୍ଡିଂସ କନଷ୍ଟ୍ରକସନ କର୍ପୋରେସନ (ଏନବିସିସି) ରେ ଚାକିରି ଖୋଜୁଥବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ଏନବିସିସିରେ ଜୁନିୟର ଇଞ୍ଜିନିୟର(ଜେଇ) ଏବଂ ଡେପୁଟି ଜେନେରାଲ ମ୍ୟାନେଜର(ଡିଜିଏମ) ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ । ଏହି ପଦରେ ଆବେଦନ କରିବା ପାଇଁ ୧୬ ଏପ୍ରିଲ ଶେଷ ତାରିଖ ରଂହିଛି । ସମୁଦାୟ ୮୧ ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି ।

ଆବେଦନ ପାଇଁ ଜରୁରୀ ତାରିଖ:

ଆବେଦନ ଆରମ୍ଭ ତାରିଖ: ୧୫ ମାର୍ଚ୍ଚ

ଆବେଦନ କରିବା ପାଇଁ ଶେଷ ତାରିଖ: ୧୪ ଏପ୍ରିଲ

ଏନବିସିସି ରିକ୍ରୁଟମେଣ୍ଟ ୨୦୨୨ ପାଇଁ ଖାଲି ଥିବା ପଦ:

ଜୁନିଅର ଇଞ୍ଜିନିୟର(ସିଭିଲ)-୬୦ ପଦ

ଜୁନିଅର ଇଞ୍ଜିନିୟର(ଇଲେକ୍ଟ୍ରିକାଲ)-୨୦

ଯୋଗ୍ୟତା:

ଜେଇ ସିଭିଲ୍ – କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ / ବିଶ୍ୱବିଦ୍ୟାଳୟରୁ ୬୦% ଏଗ୍ରିଗେଟ୍ ମାର୍କ ସହିତ ସିଭିଲ୍ ଇଞ୍ଜିନିୟରିଂରେ ତିନି ବର୍ଷର ଫୁଲ୍ ଟାଇମ୍ ଡିପ୍ଲୋମା  ।

ଜେଇ ଇଲେକ୍ଟ୍ରିକାଲ୍ – କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ / ବିଶ୍ୱବିଦ୍ୟାଳୟରୁ ୬୦% ଏଗ୍ରିମେଣ୍ଟ୍ ମାର୍କ ସହିତ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ତିନି ବର୍ଷର ଫୁଲ୍ ଟାଇମ୍ ଡିପ୍ଲୋମା ।

ଡିଜିଏମ୍ – କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ / ବିଶ୍ୱବିଦ୍ୟାଳୟରୁ ୬୦% ସହ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ଏବଂ ଏହା ସହ ୯ ବର୍ଷର ଅଭିଜ୍ଞତା ମଧ୍ୟ ରହିବା ଉଚିତ୍  ।

ବୟସସୀମା:

ଜୁନିୟର ଇଞ୍ଜିନିୟର(ସିଭିଲ ଏବଂ ଇଲକ୍ଟ୍ରିକାଲ)-୨୮ ବର୍ଷ

ଉପମହାପ୍ରବନ୍ଧକ-୪୬ ବର୍ଷ

ଏନବିସିସି ରିକୁଟମେଣ୍ଟ ୨୦୨୨ ପାଇଁ ଆବେଦନ ଶୁଳ୍କ:

ଆଶାୟୀଙ୍କୁ ଆବେଦନ କରିବା ପାଇଁ ୫୦୦ ଟଙ୍କା ଫିସ୍ ଦେବାକୁ ହେବ । ତେବେ ଏସସି, ଏସଟି, ପିଡବ୍ଲୁଡି ଆଶାୟୀଙ୍କୁ କୌଣସି ଶୁଳ୍କ ଦେବାକୁ ହେବନାହିଁ ।

ଏହିଭଳି ରହିବ ବେତନ:

ଜୁନିଅର ଇଞ୍ଜିନିୟର(ସିଭିଲ ଏବଂ ଇଲେକ୍ଟ୍ରିକାଲ) ୨୭୨୭୦ ଟଙ୍କା

ଉପ ମହାପ୍ରବନ୍ଧକ-୭୦୦୦୦ ରୁ ୨୦୦୦୦୦୦ ଟଙ୍କା ପର୍ଯ୍ୟନ୍ତ ରହିବ ।

ଏହା ଛଡ଼ା ଆଶାୟୀ ସିଧାସଳଖ ଏହି ଲିଙ୍କ ରେ କ୍ଲିକ୍ କରି ଆବେଦନ କରିପାରିବେ କିମ୍ବା ଏହି ଲିଙ୍କ ଦ୍ୱାରା ଅଫିସିଆଲ ନୋଟିଫିକେସନ ପଢ଼ପାରିବେ । ତେବେ ଆବେଦନ କରିବା ପୂର୍ବରୁ ଆଶାୟୀଙ୍କୁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

 

 

Get real time updates directly on you device, subscribe now.