fbpx

କାନୁନରେ ଆସୁଛି ନୂଆ ନିୟମ: ଆଖି ରେଟିନାରୁ ପାଦଚିହ୍ନ ପର୍ଯ୍ୟନ୍ତ ରହିବ ଅପରାଧୀଙ୍କ ସବୁ ରେକର୍ଡ

ନୂଆଦିଲ୍ଳୀ: ଆଜି ଲୋକସଭାରେ ଅପରାଧିକ ପ୍ରକ୍ରିୟା ବିଲ ୨୦୨୨ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନି । ଦୋଷୀ, ଅପରାଧୀ ଏବଂ ଅଟକ ରହିଥିବା ଆରୋପୀଙ୍କ ପରିଚୟ ସମ୍ବନ୍ଧିତ ସମସ୍ତ ତଥ୍ୟ ରଖିବା ହେଉଛି ଏହା ବିଲର ମୁଖ୍ୟ ଉଦ୍ଦେଶ୍ୟ । ଯଦି ଏହି ବିଲ ସଂସଦରେ ପାରିତ ହୋଇଯାଏ ଏବଂ ନିୟମରେ ପରିଣତ ହୋଇଯାଏ, ତେବେ ଅପରାଧୀଙ୍କ ପରିଚୟ ସହିତ ଜଡିତ କାନୁନ ଦ ଆଇଡେଣ୍ଟିଫିକେସନ ଅଫ ପ୍ରିଜନର୍ସ ଆକ୍ଟ ୧୯୨୦କୁ ପ୍ରତ୍ୟାହାର କରିବ ।

ଏବେ ଅପରାଧୀଙ୍କ କ୍ଷେତ୍ରରେ ପ୍ରଚଳିତ ନିୟମ ୧୦୨ ବର୍ଷ ପୂର୍ବେ ଅର୍ଥାତ ଗତ ୧୯୨୦ରେ ଲାଗୁ ହୋଇଥିଲା । ତେଣୁ କାନୁନରେ କେବଳ ଅପରାଧୀଙ୍କ ଫିଙ୍ଗରପ୍ରିଣ୍ଟ ଏବଂ ଫୁଟପ୍ରିଣ୍ଟ ରଖ।।ଯାଇ ପାରିବ । ତେବେ ଏହି ନିୟମରେ ପରିବର୍ତ୍ତନ ଆଣିବା ପାଇଁ ଏବେ ଯୋଜନା ଚାଲିଛି । ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ କିଛି ଅଧିକ ।

୧- କ୍ରିମିନାଲ ପ୍ରିଜନର୍ସ ବିଲ ୨୦୨୨ ଚଳିତ ୧୯୨୦ ନିୟମକୁ ପ୍ରତ୍ୟାହାର କରିଦେବ । ଏହି ନିୟମରେ ଅପରାଧୀଙ୍କର କେବଳ ଫିଙ୍ଗରପ୍ରିଣ୍ଟ ଏବଂ ଫୁଟପ୍ରିଣ୍ଟ ରଖିବା ପାଇଁ ଅନୁମତି ଦିଆଯାଇଥିଲା ।

୨- ଅଟକ ରଖାଯାଇଥିବା ଅଭିଯୁକ୍ତ ତଥା ଦୋଷୀମାନଙ୍କର ସମସ୍ତ ତଥ୍ୟ ଦେବାକୁ କ୍ରାଇବ୍ରାଞ୍ଚ ଅନୁମତି ଦେଇଛି ।

୩- ଅଟକ ଅଭିଯୁକ୍ତ, ଗିରଫ ଦୋଷୀଙ୍କ ସମେତ ଆରୋପୀ ପୋଲିସ କର୍ମଚାରୀଙ୍କୁ ସଠିକ ପରିଚୟ ସମ୍ବନ୍ଧିତ ସମସ୍ତ ତଥ୍ୟ ଦେବାକୁ ବାଧ୍ୟ ହେବେ ।

୪- ଅପରାଧୀଙ୍କ ରେଟିନା, ଫଟୋ, ପିଙ୍ଗରପ୍ରିଣ୍ଟ, ହାତର ରେଖା, ଫୁଟପ୍ରିଣ୍ଟ ଏବଂ ବାୟୋଲୋଜିକାଲ ସାମ୍ପଲ ରେକର୍ଡ ରଖିବେ ପୋଲିସ ବିଭାଗ ।

୫- ଶାରୀରିକ ଏବଂ ବାୟୋଲୋଜିକାଲ ରେକର୍ଡ ବ୍ୟତୀତ ଅପରାଧୀଙ୍କ ହସ୍ତାକ୍ଷର ଏବଂ ଦସ୍ତଖତ ରଖିବା ପାଇଁ ନିୟମରେ କୁହାଯାଇଛି ।

କେବଳ କୌଶଳ ନୁହେଁ ଏବେ ବୈଜ୍ଞାନିକ ଉପାୟରେ ମଧ୍ୟ ପରିବର୍ତ୍ତନ ଆସିଛି ବୋଲି କହିଛନ୍ତି ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନି । ସେପଟେ ଅପରାଧୀଙ୍କ ସଂଖ୍ୟା ବଢୁତିବାରୁ ଏହି ନୂଆ ନିୟମ ପ୍ରଣୟନ କରାଯାଉଥିବା ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.