fbpx

(ଦେଖନ୍ତୁ ଭିଡ଼ିଓ)ରାଜ୍ୟ ବାହାରେ ଲୁଚିଥିଲେ ଶର୍ମିଷ୍ଠା, ବସରେ ଫେରୁଥିବା ବେଳେ ଧରିଲା ପୋଲିସ: କ୍ରାଇମବ୍ରାଞ୍ଚ ADG

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଜି ଗିରଫ କରିଛି ପୋଲିସ । ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି । ‘ସମ୍ପୂର୍ଣ୍ଣ’ ୱେବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ବି ଗିରଫ କରାଯାଇଛି । ଉଭୟଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଓ ଭଦ୍ରକ ପୋଲିସ ।

ଏଡିଜିଙ୍କ କହିବରା ମୁତାବକ, ‘କୋଲକାତାରୁ ଫେରିବା ବେଳେ ଶର୍ମିଷ୍ଠା ରାଉତ ଧରାପଡିଛନ୍ତି । ଆଜି ବସରେ କୋଲକାତାରୁ ଭୁବନେଶ୍ୱର ଫେରିବା ବେଳେ ନଳାଙ୍ଗ ନିକଟରୁ ତାଙ୍କୁ ଗିରଫ କରାଯାଇଛି । କୋଲକାତା ଓ ଗୌହାଟିରେ କିଛି ଦିନ ଲୁଚି ରହିଥିଲେ ଶର୍ମିଷ୍ଠା । ଏମିତିକି ବହୁ ଦିନ ଧରି ରେଳ ଷ୍ଟେସନରେ ବି ଆଶ୍ରୟ ନେଇଥିବା ସୂଚନା ମିଳିଛି ।

ତେବେ ଘଟଣାରେ ପୂର୍ବରୁ ଓଆଇଏସ ନିରଞ୍ଜନ ସେଠୀ ଗିରଫ ହୋଇଛନ୍ତି । ଏକ ମେମୋରୀ ଚିପ୍ ପାଇଁ ମାନସଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଥିଲା । ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା । ଭୁବନେଶ୍ୱରରେ ହତ୍ୟା ପରେ ନୟାଗଡ଼ରେ ଶବ ପୋଡ଼ାଯାଇଥିଲା ।

Get real time updates directly on you device, subscribe now.