ରାୟଗଡ଼ା: ମାଆ ବୋଲି ଡାକିଲେ ଓ କରୁଥିବା ମାଆ ମଝିଘରିଆଣୀଙ୍କ ପୀଠ ଖୁବ ପ୍ରସିଦ୍ଧ । ଏଠାରେ ଲୋକେ ଅନେକ ମନସ୍କାମନା କରିଥାଆନ୍ତି । ମାଆ ସମସ୍ତଙ୍କ ଡାକ ଶୁଣିଥାଆନ୍ତି । ତେବେ ବର୍ତ୍ତମାନ ମାଆ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡିର ଟଙ୍କା ଗଣତି ହୋଇଛି । ୬ ମାସ ପରେ ଏହି ହୁଣ୍ଡି ଖୋଲାଯାଇଛି ।
ଏତିକି ମିଳିଛି ଦାନ: ଶ୍ରଦ୍ଧାଳୁମାନେ ମାଆଙ୍କୁ ଦାନ କରିଥିବା ହୁଣ୍ଡି ଆଜି ଖୋଲାଯାଇ ଗଣାଯାଉଥିଲା । ଏହି ହୁଣ୍ଡିରୁ ମୋଟ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା ମିଳିଛି । ଏଥିସହ ୯୩ ଗ୍ରାମର ସୁନା, ୨ କିଲୋ ୧୭୦ ଗ୍ରାମ ଉଜନର ରୁପା ।
ଏଥିସହ ହୁଣ୍ଡିରୁ ମିଳିଛି ୭ଟି ବିଦେଶୀ ମୁଦ୍ରା । ଆଜି ସକାଳ ୧୦ଟା ୩୦ରୁ ଆରମ୍ଭ ହୋଇଥିଲା ଗଣତି । ଏହି ଗଣତି କାର୍ଯ୍ୟରେ ଲାଗିଥିଲେ ୨୦୦ ଜଣ ସ୍ୱେଚ୍ଛାସେବୀ ।