fbpx

ଜୀବନ୍ତ ହେଲା ୬୦ ବର୍ଷର ପ୍ରେମ କାହାଣୀ! ସରିଲା ୬ ଦଶନ୍ଧିର ପ୍ରତୀକ୍ଷା, ଶେଷରେ ୯୦ ବର୍ଷୀୟା ପ୍ରେମିକାଙ୍କୁ ବିବାହ କଲେ ୯୫ ବର୍ଷୀୟ ପ୍ରେମିକ

ନୂଆଦିଲ୍ଲୀ: ପ୍ରେମକୁ ନେଇ କାହିଁ କେତେ ପୁରାଣ କାଳରୁ ଅନେକ କାହାଣୀ ରହି ଆସିଛି । ଦୁଇଟି ମନ ଗୋଟିଏ ହେଲେ ପ୍ରେମ ହୁଏ ବୋଲି କୁହାଯାଏ । ତେବେ ଆଜିକାଲି ଦୁନିଆରେ ପ୍ରେମ ନାମରେ ପ୍ରତାରଣା ଦେଖିବାକୁ ମିଳୁଛି । ଆଜିକାଲିର ଡିଜିଟାଲ ଜମାନାରେ ପ୍ରେମର ମତଲବ ଟାଇମ୍ ପାସରେ ପରିଣତ ହୋଇଯାଇଛି କହିଲେ ଚଳେ । କେଉଁଠି ପ୍ରେମିକା ତା’ର ପ୍ରେମିକ ଠାରୁ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଧୋକ୍କା ଦେଉଛି ତ ଆଉ କେଉଁଠି ଦୀର୍ଘ ବର୍ଷ ଧରି ରିଲେସନଶିପରେ ରହିବା ପରେ ପ୍ରେମିକ ତାଙ୍କର ପାର୍ଟନରଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରାଇବାକୁ ପଛାଉ ନାହିଁ । ଅନେକ କ୍ଷେତ୍ରରେ କିଛି ଯୁବକ, ଯୁବତୀ ତାଙ୍କର ବନ୍ଧୁ / ବାନ୍ଧବୀଙ୍କର ଜୀବନ ନେବାକୁ ମଧ୍ୟ ପଛାଇ ନଥାନ୍ତି ।

ତେବେ ଆଧୁନିକ ଯୁଗରେ ଶାଶ୍ୱତ ପ୍ରେମ ଯେ ବଞ୍ଚିତି ତା’ର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି ଆଫ୍ରିକୀୟ ରାଷ୍ଟ୍ର କେନିୟାରେ । ଦୀର୍ଘ ୬୦ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଜଣେ ୯୫ ବର୍ଷୀୟ ପ୍ରେମିକ ତାଙ୍କର ୯୦ ବର୍ଷୀୟା ପ୍ରେମିକାଙ୍କୁ ବିବାହ କରିଛନ୍ତି । କେନିଆର ମୁକୁରୱିନି ସହରରେ ଏହି ପ୍ରେମୀଯୁଗଳ ପରସ୍ପରଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିବା ସହ ନୂଆ ଜୀବନ ଆରମ୍ଭ କରିଛନ୍ତି । ଏହି କାହାଣୀ କୌଣସି ଇତିହାସର ପ୍ରେମ କାହାଣୀଠାରୁ କମ୍ ନୁହେଁ । ଆଜିକାଲି ପ୍ରେମ ଆଉ ବିବାହର କିଛି ବର୍ଷ ପରେ ସମ୍ପର୍କ ଚିନ୍ନ ହେଉଥିବା ବେଳେ ଏହି ଦୁଇ ବୟସ୍କ ପ୍ରେମପକ୍ଷୀ ଆଜି ଏ ଦୁନିଆକୁ ନୂଆ ଶିକ୍ଷା ଦେଇଛନ୍ତି । ବସୟର ସାୟାହ୍ନରେ ବି ପ୍ରେମର ରଙ୍ଗ ଭରି ପାରିବ, ତାହା ଏହି ବୃଦ୍ଧ-ବୃଦ୍ଧା ପ୍ରେମୀ କରି ଦେଖାଇଛନ୍ତି ।

ଖବର ମୁତାବକ, ୧୯୬୦ ମସିହାରେ ଦୁହେଁ ପରସ୍ପରଙ୍କୁ ଭେଟିଥିଲେ । ସେବେଠାରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ସେମାନେ ଏପରି କରିଛନ୍ତି ବୋଲି ପ୍ରେମିକ କହିଛନ୍ତି । ସେହିପରି ଏହି ବିବାହ ପରେ ପ୍ରେମିକା ନିଜ ପ୍ରତିକ୍ରିୟାରେ କହିଛନ୍ତି, ସ୍ୱାମୀଙ୍କ ସମ୍ମାନ ଜଣାଇବା ପ୍ରତ୍ୟେକ ପତ୍ନୀଙ୍କ କର୍ତ୍ତବ୍ୟ । ଏହି ଧାରା ବଜାୟ ରହିଲେ ଗୋଟିଏ ସମ୍ପର୍କ ବର୍ଷ ବର୍ଷ ଧରି ହସଖୁସିରେ ଚାଲିପାରିବ ।

Get real time updates directly on you device, subscribe now.