ଯୌନ ଲାଳସା ପୂରଣ ନହେବାରୁ ପିଶାଚ ପାଲଟିଗଲା ଦୁର୍ବୃତ୍ତ, ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ଷ୍କମ ଉଦ୍ୟମ ପରେ ଛୁରାମାଡ଼
କୋରାପୁଟରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ଷ୍କମ ଉଦ୍ୟମ ପରେ ଛୁରାମାଡ଼ । ନନ୍ଦପୁର ଥାନାରେ ଏତଲା ।
ଭୁବନେଶ୍ବର: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଞ୍ଚଳରେ ଛାତିଥରା ଘଟଣା । ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଛୁରାମାଡ଼ । ଥାନାରେ ଏତଲା ପରେ ପୋଲିସର ତଦନ୍ତ ଜାରି ।
ରାତିରେ ଉଠାଇନେଲେ- ନବମ ଶ୍ରେଣୀ ଛାତ୍ରୀଜଣକ ସ୍କୁଲରୁ ଫେରିବା ପରେ ବୁଲୁଥିଲେ । ଏହାପରେ ତାଙ୍କୁ ଗ୍ରାମର ଜଣେ ଯୁବକ ଅଟାଇଥିଲେ । ଏହାପରେ ରାତିର ଅନ୍ଧକାର ଭିତରେ ଛାତ୍ରୀଙ୍କୁ ଉଠାଇ ନେଇଯାଇଥିଲେ । ଏହାପରେ ଯୁବକଜଣକ ଦୁଷ୍କର୍ମ ଉଦ୍ୟମ କରିଥିଲେ ।
କିନ୍ତୁ ନାବାଳିକାଜଣକ ଏଥିରେ ବାରଣ କରିବା କାରଣରୁ ରକ୍ତମୁଖା ପାଲଟିଥିଲେ ଦୁର୍ବୃତ୍ତ । ଏହାପରେ ମହିଳାଙ୍କୁ ବାରମ୍ବାର ଛୁରାମାଡ଼ କରିଥିଲେ । ତେବେ ପୀଡିତାଜଣକ ନବମ ଶ୍ରେଣୀର ବୋଲି କହିଛନ୍ତି । ତେବେ ଛୁରାମାଡ଼ କରିବା ପରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଏହାପରେ ନାବାଳିକାଜଣକ ପରିବାର ଲୋକଙ୍କୁ କହିବା ପରେ ତାଙ୍କୁ କୋରପୁଟ ମେଡିକାଲରେ ଭର୍ତ୍ତି କରିଥିଲେ । ଏହାପରେ ଥାନାରେ ମାମଲା ରୁଜୁ କରଯାଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।