fbpx

୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ପ୍ରାଇଭେଟ୍ ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୫ ।୩: ଚୀନରେ ବ୍ୟାପୁଥିବା କରୋନା ଭାଇରସ୍ ବର୍ତ୍ତମାନ ସୁଦ୍ଧା ବିଶ୍ୱର ୭୦ଟି ଦେଶରେ ନିଜର ପ୍ରଭାବ ଦେଖାଇବା ଆରମ୍ଭ କରିସାରିଛି । ଭାରତରେ ବର୍ତ୍ତମାନ ସୁଦ୍ଧା ୩୦ଟି ଘଟଣା ସାମ୍ନାକୁ ଆସିଛି, ଯେଉଥିଁରୁ ୩ ଜଣଙ୍କ ଚିକିତ୍ସା ହୋଇସାରିଛି । ଏବେ ଦେଶରେ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯିବା ସହ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ସରକାର ।

କରୋନା ଭାଇରସ୍ ଭୟରେ ଦିଲ୍ଲୀ ସରକାର ସମସ୍ତ ସ୍କୁଲରେ ଆଡଭାଇଜରୀ ଜାରୀ କରିଛନ୍ତି । ଏହି କ୍ରମରେ ଦିଲ୍ଲୀର ସମସ୍ତ ପ୍ରାଇଭେଟ୍ ସ୍କୁଲ ବନ୍ଦ କରିବ । ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । କରୋନ ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜର ବେଲଜିୟମ ଗସ୍ତକୁ ବାତିଲ କରିଛନ୍ତି ।

Get real time updates directly on you device, subscribe now.