fbpx

ବାଙ୍ଗାଲୋର ଓପନ୍ ନ୍ୟାସନାଲ ପାରା ଆଥଲେଟିକରେ ୩ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଝିଅ ଜୟନ୍ତୀ ବେହେରା

ଓଡ଼ିଆ ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ୩ଟି ସ୍ୱର୍ଣ୍ଣ ପଦକ । ବାଙ୍ଗାଲୋର ଓପନ୍ ନ୍ୟାସନାଲ ପାରା ଆଥଲେଟିକରେ ୩ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଧାବିକା । ୧୦୦ମି, ୨୦୦ମି, ୪୦୦ ମି ଦୌଡ଼ରେ ଜିତିଲେ ସ୍ୱର୍ଣ୍ଣ ପଦକ ।

ଜୟନ୍ତୀ ୨୦୧୭ରେ ସ୍ୱିଜରଲାଣ୍ଡରେ ଆୟୋଜିତ ୱାର୍ଲ୍ଡ ଜୁନିୟର ପାରା ଆଥଲେଟିକ୍ ଚାମିୟନସିପ୍ ରେ ୪୦୦ ମି ରେ ସ୍ୱର୍ଣ୍ଣ ଏବଂ ୨୦୦ ମି ରେ ରୌପ୍ୟ ପଦକ ଜିତିଥିଲେ । ୨୦୧୮ରେ ଜାକର୍ତାରେ ଖେଳାଯାଇଥିବା ତୃତୀୟ ଏସିଆନ ପାରା ଆଥଲିଟ୍ ରେ ୪୦୦ ମି ଇଭେଣ୍ଟରେ ରୌପ୍ୟ ଏବଂ ୨୦୦ମି ଇଭେଣ୍ଟରେ ବ୍ରୋଞ୍ଜ ଜିିତିଥିଲେ । ଓଡ଼ିଶା ଆଥଲେଟିକ୍ ମିଟରେ ଭାଗନେଇ ରୌପ୍ୟ ଏବଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ସହ ୨୦୧୭ରେ ଚାଇନା ଓପନ ପାରା ଆଥଲେଟିକ ଗ୍ରାଣ୍ଡ୍ ପ୍ରିକ୍ସ ଚାମ୍ପିୟନସିପ୍ ରେ ମଧ୍ୟ ସ୍ୱର୍ଣ୍ଣ ଏବଂ ରୌପ୍ୟ ଜିତିଥିଲେ ।

Get real time updates directly on you device, subscribe now.