fbpx

(ଭିଡିଓ) ତହସିଲ କାର୍ଯ୍ୟାଳୟରେ ମହିଳା କଲେ ଆତ୍ମାହୁତି ଉଦ୍ୟମ, ଗୁହାରି ନଶୁଣିବାରୁ ନେଲେ ଚରମ ନିଷ୍ପତ୍ତି

ତହସିଲ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଧର୍ମଶାଳା ତହସିଲ ଅଫିସରେ । ଆତ୍ମହୁତି ଉଦ୍ୟମ କରୁଥିବା ମହିଳା ଜଣକ ହେଲେ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅକ୍ଷ ରାଉତଙ୍କ ପତ୍ନୀ ଅନିମା ରାଉତ । ସେ ନିଜର ଜମି ବିକ୍ରି ଅନୁମତି ପାଇଁ ଦୀର୍ଘ ଦିନ ଧର୍ମଶାଳା ତହସିଲଦାରଙ୍କ ନିକଟରେ ଆପତ୍ତି କରି ହତାଶ ହେବା ପରେ ଆଜି ଏଭଳି ନିଷ୍ପତି ନେଇଥିବା ସେ କହିଛନ୍ତି । ଅନ୍ୟପଟେ ତହସିଲ  କ୍ଷମତା ବାହାରେ ଥିବାରୁ ଏଭଳି ବିଳମ୍ବ ହୋଇଛି ବୋଲି କହିଛନ୍ତି ତହସିଲଦାର । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.