fbpx

ଚଳିତ ବର୍ଷ ୮୫ ହଜାର କୋଟି ଟ୍ୟାକ୍ସ ଦେବେ ଶିଳ୍ପପତି: ଆମେରିକା ଇତିହାସରେ ସର୍ବାଧିକ, ଟ୍ୱିଟ୍ କରି ଘୋଷଣା କଲେ

ନୂଆଦିଲ୍ଲୀ: ଆମେରିକା ଇତିହାସରେ ସର୍ବାଧିକ ଟ୍ୟାକ୍ସ ପ୍ରଦାନ କରିବାକୁ ଯାଉଛନ୍ତି ଶିଳ୍ପପତି ଏଲନ୍ ମସ୍କ । ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତି ଏଲନ ମସ୍କ ଆସନ୍ତା ବର୍ଷ ପାଇଁ ପ୍ରାୟ ୧୧ ବିଲିୟନ ଡଲାରର ଟ୍ୟାକ୍ସ ଦେବେ ବୋଲି ଘୋଷଣା କରିଛନ୍ତି । ଭାରତୀୟ ମୁଦ୍ରାରେ ପ୍ରାୟ ୮୫ ହଜାର କୋଟି ଟଙ୍କାର ଟିକସ ଦେବେ ବୋଲି ଜଣାପଡିଛି । ଆମେରିକୀୟ ସାଂସଦ ଏଲିଜାବେଥ୍ ୱାରେନଙ୍କୁ ଜବାବ ଦେବାକୁ ଯାଇ ମସ୍କ ଏହି ଟ୍ୱିଟ୍ କରିଥିଲେ ।

ଯେଉଁ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ସେମାନଙ୍କୁ ଜଣାଇବାକୁ ଚାହିଁବି କି ଚଳିତ ବର୍ଷ ମୁଁ ୧୧ ବିଲିୟନ ଡଲାରର ଟିକସ ଭରିବାକୁ ଯାଉଛି । ଆମେରିକା ଇତିହାସରେ କୌଣସି ବ୍ୟକ୍ତି ଏତେ ପରିମାଣର ଟିକସ ଭରି ନାହାନ୍ତି । ୨୫୫ ବିଲିୟନ ଡଲାର ସହିତ ମସ୍କ ବିଶ୍ୱର ଧନୀ ବ୍ୟକ୍ତି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ଟାଇମ୍ସ ପକ୍ଷରୁ ମସ୍କଙ୍କୁ ପର୍ସନ ଅଫ୍ ଦ ଇୟର ଭାବେ ଘୋଷଣା କରାଯିବା ପରେ ଏହାକୁ ସମାଲୋଚନା କରିଥିଲେ ସିନେଟର ଏଲିଜାବେଥ୍ ୱାରେନ । ମସ୍କ ଜଣେ ମିଛୁଆ ଏବଂ ଟ୍ୟାକ୍ସ ଠକ ବୋଲି କହିଥିଲେ ୱାରେନ୍ ।

Get real time updates directly on you device, subscribe now.