fbpx
BJD SKY
BJD SKY

ତପସ୍ୱିନୀ-ସୁମିତ୍ ବିବାଦ: ସୁମିତଙ୍କ ଘରେ ଧସେଇ ପଶିଲେ ମହିଳା, ଦେଖନ୍ତୁ ଭିଡିଓ…

BJD

ତପସ୍ୱିନୀ-ଡାକ୍ତର ସୁମିତ୍ ମାମଲାରେ ନୂଆ ଟ୍ୱିଷ୍ଟ । ସୁମିତଙ୍କ ଘରେ ଧସେଇ ପଶିଲେ ମହିଳା । ମେନ୍ ଗେଟ୍ ଭାଙ୍ଗି ଭିତରକୁ ପଶିଗଲେ ସ୍ଥାନୀୟ ମହିଳା । ଘର ସାମ୍ନାରେ ଧସ୍ତାଧସ୍ତି ପରେ ଗ୍ରୀଲ ଭାଙ୍ଗି ପଶିଗଲେ । ତପସ୍ପିନୀଙ୍କୁ ନ୍ୟାୟ ଦେବାକୁ ଗେଟ୍ ଭାଙ୍ଗିଥିବା ନେଇ କହିଛନ୍ତି ମହିଳା । ଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଏସପି ବୁଝାସୁଝା କରିଛନ୍ତି ।

ତପସ୍ୱିନୀ – ଡାକ୍ତର ସୁମିତ୍ ପାରିବାରିକ ମାମଲାରେ ନୂଆ ଟ୍ୱିଷ୍ଟ । ପାରିବାରିକ ମାମଲା କୋର୍ଟରେ ଥିବାବେଳେ । ଅନ୍ୟପଟେ ପରସ୍ପରକୁ ଉପରକୁ ଆରୋପ ଦୋଷାରପ କରୁଛନ୍ତି ସୁମିତ-ତପସ୍ୱିନୀ । ସୋମବାର ଏସଡିଜେଏମ୍ କୋର୍ଟ ସୁମିତଙ୍କ ପିଟିସନ ଖାରଜ କରିଛନ୍ତି । ସେପଟେ ତପସ୍ୱିନୀଙ୍କୁ ସୁମିତଙ୍କ ଘରେ ପୂରାଇବାକୁ ଚେଷ୍ଟା କରିଛନ୍ତି ସ୍ଥାନୀୟ ମହିଳା । ତପସ୍ୱିନୀଙ୍କ ପାଇଁ ସୁମିତଙ୍କ ଘର ଗେଟ ଭାଙ୍ଗି ଧସେଇ ପଶିଛନ୍ତି ଶତାଧିକ ସ୍ଥାନୀୟ ମହିଳା । ସେମାନେ ଅଭିଯୋଗ କରିଛନ୍ତି, ତପସ୍ୱିନୀ ଅନେକ ନିର୍ଯ୍ୟାତନା ସହିଲେଣି । ବାହାରେ ଶୀତ କାକରରେ ପଡ଼ିରହୁଛନ୍ତି । ତପସ୍ୱିନୀଙ୍କୁ ନ୍ୟାୟ ପାଇଁ ଏମିତି କରିଥିବା କହିଛନ୍ତି ମହିଳା । ପୂର୍ବରୁ ମଧ୍ୟ ସେମାନେ କହିଥିଲେ ସୁମିତଙ୍କ ଘର ଗେଟ ଭାଙ୍ଗି ଘରେ ପଶିବେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.