fbpx

ଗୋଟେ ସପ୍ତାହରେ ୩ରୁ ୭୩ ପ୍ରତିଶତରେ ପହଞ୍ଚିଲା ଓମିକ୍ରନ୍ ସଂକ୍ରମଣ, ଜଣଙ୍କର ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାରେ ଓମିକ୍ରନ୍ କାୟା ମେଲାଇବାରେ ଲାଗିଛି । ଅଦ୍ୟତନ ରିପୋର୍ଟ ଅନୁସାରେ , ଆମେରିକାରେ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବା ମୋଟ ସାମ୍ପଲରୁ ୭୩ ପ୍ରତିଶତ ଓମିକ୍ରନ୍ ମାମଲା ରହିଛି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏକ ସପ୍ତାହ ମଧ୍ୟରେ ଏତେ ମାତ୍ରାରେ ସଂକ୍ରମଣ ବୃଦ୍ଧି ପାଇଛି । କାରଣ ଗତ ସପ୍ତାହରେ ଓମିକ୍ରନ୍ ସଂକ୍ରମଣ ହାର ୩ ପ୍ରତିଶତ ରହିଥିଲା ।

ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଟ ପ୍ରିଭେନ୍ସନ୍ ପ୍ରତି ସପ୍ତାହରେ ନିଜର ଏକ ମଡେଲ୍ ଅପଡେଟ୍ କରିଥାଏ । ଏଥିରେ କୁହାଯାଇଛି ଯେ, ଓମିକ୍ରନ୍ ବର୍ତ୍ତମାନ ପୂରା ଆମେରିକାରେ ବ୍ୟାପିସାରିଲାଣି । ଗତ ଦିନରେ ଡେଲଟା ଭାରିଆଣ୍ଟ ମାମଲା ଅଧିକ ରହିଥିବା ବେଳେ ଓମିକ୍ରନ୍ ମାମଲା ବଢ଼ିବାରେ ଲାଗିଛି । ବର୍ତ୍ତମାନ ଡେଲଟା ଭାରିଆଣ୍ଟ ମାତ୍ର ୨୭ ପ୍ରତିଶତ ରହିଛି ।

ଖାଲି ସେତିକି ନୁହେଁ ଆମେରିକାର କିଛି ସ୍ଥାନରେ ସବୁତକ ମାମଲା କେବଳ ଓମିକ୍ରନ୍ ର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ନ୍ୟୁୟର୍କ ଓ ନ୍ୟୁଜର୍ସି ଠାରେ ଓମିକ୍ରନ୍ ମାମଲାର ହାର ୯୭ ପ୍ରତିଶତ ରହିଛି । ସେହିପରି ୱାଶିଂଟନ୍ ରେ ରହିଛି ୯୬ ପ୍ରତିଶତ । ଅର୍ଥାତ୍ ପ୍ରାୟତଃ ସବୁ ମାମଲା ଓମିକ୍ରନ୍ । ଖୁବ୍ କମ୍ ଦିନ ଭିତରେ ଓମିକ୍ରନ୍ ସଂକ୍ରମଣ ପିକ୍ କୁ ଚାଲିଯାଇଛି । ତେଣୁ ଏବେ ଏନେଇ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ଦେଶର ସରକାର ଏନେଇ ସତର୍କ ସୂଚନା ଜାରି କରିଛନ୍ତି ।

Get real time updates directly on you device, subscribe now.