fbpx

୨ ଛାତ୍ରୀଙ୍କୁ ନେଇ ରସିକିଆ ଟ୍ୟୁସନ୍ ସାର୍ ଛୁ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ବଡ଼ଗଡ଼ ଅଞ୍ଚଳରୁ ୨ ଜଣ ଛାତ୍ରୀଙ୍କୁ ନେଇ ରସିକିଆ ଟ୍ୟୁସନ୍ ସାର୍ ଫେରାର୍ ହୋଇଯାଇଛନ୍ତି । ଘଟଣାକୁ ନେଇ ଏବେ ବଡ଼ଗଡ଼ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଛୁ ମାରିଥିବା ଦୁଇ ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀର ହୋଇଥିବା ବେଳେ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀର ହୋଇଥିବା ଜଣାପଡ଼ିଛି । ଏହି ଘଟଣା ରବିବାର ଦିନ ଘଟିଥିବା ପୋଲିସ୍ ସୁତ୍ରରୁ ସୂଚନା ମିଳିଛି । କିପରି, କେତେବେଳେ ଟ୍ୟୁସନ୍ ସାର୍ ଙ୍କ ସହିତ ଦୁଇ ଛାତ୍ରୀ ଛୁ ମାରିଛନ୍ତି ସେନେଇ ଏବେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.