fbpx

ସିଡିଏସ ଜେନେରାଲ ବିପିନ ରାୱତଙ୍କ ପୈତୃକ ଗ୍ରାମକୁ ପୋଷ୍ୟ ଭାବରେ ଗ୍ରହଣ କରିବ ଏନଜିଓ: କରିବ ବିକାଶମୂଳକ କାର୍ଯ୍ୟ

ନୂଆଦିଲ୍ଲୀ: ଭାରତର ପ୍ରଥମ ସିଡିଏସ ଦିବଙ୍ଗତ ଜେନେରାଲ ବିପିନ ରାୱତଙ୍କ ଜନ୍ମଗ୍ରାମକୁ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ଯାଉଛି ମହାରାଷ୍ଟ୍ରର ଏକ ଏନଜିଓ । ଲାଟୁରରେ ଅବସ୍ଥିତ ଡକ୍ଟର ହରିବଂଶ ରାୟ ବଚ୍ଚନ ପ୍ରବୋଧନ ପ୍ରତିଷ୍ଠାନ(ଏଚବିପିପି)କୁ ସାଇନା ଗ୍ରାମରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ପୌଢ଼ୀ ଗଡ଼ୱାଲ ଜିଲ୍ଲା କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି । ଏଠାରେ ଉଚିତ୍ ସଡ଼କ ଯୋଗଯୋଗ ନାହିଁ ।

ଏଚବିପିପିର ପ୍ରତିଷ୍ଠାତା ନିବୃତି ଯାଦବ କହିଛନ୍ତି ଯେ ଏଚବିପିପି ଏହାର ସମ୍ବଳର ବ୍ୟବହାର କରିବ ଏବଂ ଏହି ଗ୍ରାମରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସୁବିଧା ସ୍ଥାପନ କରିବ । ଏହା ସହ ରାସ୍ତା ଏବଂ ଚାଷୀଙ୍କ ନିକଟରେ ପହଞ୍ଚିବାରେ ସରକାରଙ୍କୁ ସାହାଯ୍ୟ କରିବ । ଉତ୍ତରଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ତିରଥ ସିଂ ଯାଦବ କହିଛନ୍ତି ଯେ ଗ୍ରାମକୁ ପୋଷ୍ୟ ଭାବରେ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେ କହିଛନ୍ତି ଏନଜିଓର ପ୍ରତିନିଧୀମାନେ ସାଇନା ଗ୍ରାମ ପରିଦର୍ଶନ କରିବେ ଏବଂ ସେଠାରେ ହେବାକୁ ଥିବା ବିକାଶମୂଳକ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରିବେ ।

ନିବୃତି ଯାଦବଙ୍କ ଅନୁଯାୟୀ ଗତ ୧୮ ବର୍ଷ ଧରି ଏଚବିପିପି ସାମାଜିକ କାର୍ଯ୍ୟକଳାପରେ ଜଡ଼ିତ ରହିଛି । ୨୦୧୩ରେ କେଦାରନାଥରେ ହୋଇଥିବା ବନ୍ୟା ଟାଜେଡି ସମୟରେ ଉତ୍ତରାଖଣ୍ଡକୁ ରିଲିଫ୍ ସାମଗ୍ରୀ ଭଳି ସହାୟତା କରିଥିଲା ।

Get real time updates directly on you device, subscribe now.