fbpx

ମୋ ସ୍ତ୍ରୀ Porn ଫିଲ୍ମରେ ଅଭିନୟ କରୁଛି;ଅଜବ ଅଭିଯୋଗ ସହ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲା ଯୁବକ

ନୂଆଦିଲ୍ଳୀ:ମଧ୍ୟପ୍ରଦେଶରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀ ପର୍ଣ୍ଣ ଫିଲ୍ମରେ ଅଭିନୟ କରୁଥିବା ନେଇ ଅଭିଯୋଗ କରିବା ସହିତ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛି ଯୁବକ । କିଛି ଲୋକ ତାଙ୍କ ସ୍ତ୍ରୀକୁ ନେଇ ପର୍ଣ୍ଣ ଫିଲ୍ମ କରୁଥିବା ବେଳେ ଏକ ସେକ୍ସ ର୍ୟାକେଟ ଚଳାଉଥିବା ନେଇ ଅଭିଯୋଗ କରିଛନ୍ତି ଯୁବକ । ଏ ନେଇ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖିଥିବା ଜଣା ପଡିଛି । ପର୍ଣ୍ଣ ଫିଲ୍ମ ନେଇ ସେ କିଛି ସ୍କ୍ରିନଶଟ୍ ଶେୟାର କରିଥିଲେ ହେଁ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଯୁବକଙ୍କ ଅଭିଯୋଗ ଅନୁଯାୟୀ ସେମାନେ ଅତ୍ୟନ୍ତ ଗରିବ ପରିବାରର ଅଟନ୍ତି । ଏହାର ଫାଇଦା ଉଠାଇ କିଛି ଲୋକ ତାଙ୍କ ସ୍ତ୍ରୀକୁ ନେଇ ପର୍ଣ୍ଣ ଫିଲ୍ମ ତିଆରି କରିବା ସହିତ ସେକ୍ସ ର୍ୟାକେଟ ଚଳାଉଛନ୍ତି । ଅନ୍ୟ ଜଣେ ଯୁବକଙ୍କ ସହିତ ନିଜ ସ୍ତ୍ରୀର ଅଶ୍ଲୀଳ ଭିଡିଓ ଦେଖିବା ପରେ ସ୍ଥାନୀୟ ପୋଲିସର ସହାୟତା ନେଇଥିଲେ ଯୁବକ । ସାଇବର ସେଲ ପକ୍ଷରୁ ତଦନ୍ତ ଜାରି ରହିଛି । ଉପଯୁକ୍ତ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସପି ରାଜେଶ ଦଣ୍ଡୋତିଆ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.