(ଭିଡ଼ିଓ)ଦେହ ଖରାପକୁ ନେଇ ଡ୍ରାମା କରୁଛନ୍ତି କି ସୁମିତଙ୍କ ପରିବାର ଲୋକେ? ଦେଖନ୍ତୁ କ’ଣ କହିଲେ ତପସ୍ୱିନୀ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତ୍ତି ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ଗୋଟିଏ ପଟେ ତପସ୍ୱିନୀ ସ୍ୱାମୀଙ୍କୁ ଫେରାଇ ଆଣିବାକୁ ଶ୍ୱଶୂର ଘର ଆଗରେ ଧାରଣାରେ ବସିଥିବା ବେଳେ ଅନ୍ୟପଟେ ସୁମିତ ଦେହ ଖରାପର ବାହାନା କରି ଛୁଟି ପରେ ଛୁଟି ନେଇ ଚାଲିଛନ୍ତି । ଏହାରି ମଧ୍ୟରେ ତପସ୍ୱିନୀଙ୍କ ଏକ ବୟାନ ସାମ୍ନାକୁ ଆସିଛି, ଯେଉଁଥିରେ ସୁମିତଙ୍କ ପରିବାର ଲୋକେ ଡ୍ରାମା କରୁଛନ୍ତି ବୋଲି ସେ କହିଛନ୍ତି ।

ଯଦି ଦେହ ଖରାପ ନାହିଁ ତାହେଲେ କାହିଁକି ଡ୍ରାମା କରି ଗଣମାଧ୍ୟମ ସାମ୍ନାରେ ମିଛ ପ୍ରଚାର କରୁଛନ୍ତି ବୋଲି ସୁମିତଙ୍କ ପରିବାରକୁ ପ୍ରଶ୍ନ କରିଛନ୍ତି ତପସ୍ୱିନୀ । ଏହା ସହ ସେ କହିଛନ୍ତି ଯେ, ‘ଆଜି ତାଙ୍କ ନୋଟିସ ମୋ ପାଖକୁ ଆସିଛି । ମୁଁ ତାଙ୍କୁ ହଇରାଣ କରୁଛି ବୋଲି ନୋଟିସ୍ ଆସିଛି । ମୁଁ ତାଙ୍କ ଘରକୁ ଧଶେଇ ହୋଇ ପଶିଛି ଓ ମୋ ପରିବାର ମଧ୍ୟ ଏଥିରେ ସମ୍ପୃକ୍ତ ଅଛନ୍ତି । ମୁଁ ତାଙ୍କ ଘର ଭିତରେ ବସିବା ଦ୍ୱାରା ତାଙ୍କ ଜଣାଶୁଣା ଆଉ ସମ୍ପର୍କୀୟମାନେ ଆସୁନାହାନ୍ତି । ମୁଁ ତାଙ୍କ ଘରେ ଅକଥନୀୟ ଅତ୍ୟାଚାର କରୁଛି ।’ ଏସର୍ମ୍ପକରେ ସୁମିତ ପିଟିସନ ଦାଖଲ କରିଛନ୍ତି । ଏହାର ଶୁଣାଣି ୨୮ ତାରିଖରେ ଅଛି ବୋଲି ତପସ୍ୱିନୀ କହିଛନ୍ତି । କିନ୍ତୁ ୨୮ ତାରିଖ ଦିନ ଓକିଲଙ୍କ ଷ୍ଟ୍ରାଇକ୍ ଚାଲିଥିବାରୁ ଏହାର ଶୁଣାଣି ୩ ତାରିଖରେ କରିବାକୁ ତପସ୍ୱିନୀ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ।