fbpx

ତିହାର ଜେଲରେ ଭୟଙ୍କର ଦୁର୍ନିତୀ: କାମ କରୁଥିବା କର୍ମଚାରୀଙ୍କ ପରିଚୟ ମିଳୁନି, ଦରମା ବନ୍ଦ କଲେ ସରକାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଭିଆଇପି ଜେଲ୍ ତିହାର ଜେଲ୍ ପୁଣି ଆଉ ଏକ ଭୁଲ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ନକଲି ଉପାୟରେ କର୍ମଚାରୀ ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳିଛି । କଏଦିମାନଙ୍କ ମୃତ୍ୟୁ ଖବର ପରେ ପରେ ଏହି ସବୁ ଘଟଣାର ଖବର ସାମ୍ମନାକୁ ଆସୁଛି ।
ସୂଚନା ଅନୁସାରେ, ଦଲ୍ଲୀ ସବ୍ ଅର୍ଡିନେଟ୍ ସର୍ଭିସେସ ସିଲେକସନ ବୋର୍ଡ ଜେଲ୍ କର୍ମଚରେୀଙ୍କ ନିଯୁକ୍ତି କରାଏ । ଯେଉଁଥିରେ ନୂଆ କର୍ମଚାରୀ ଭର୍ତ୍ତି ସମୟରେ ବାୟୋମେଟ୍ରିକ ଯାଞ୍ଚ କରାଯାଇଥାଏ । ଯାହା ଫଳରେ ଜେଲରେ କାମ କରୁଥିବା ଏବଂ ପରୀକ୍ଷା ଦେଉଥିବା ଲୋକ ଭିନ୍ନ ଜଣାବଡିଛି । ସନ୍ଦେହ ସୃଷ୍ଟି କରୁଛି ୪୭ ଜଣ କର୍ମଚାରୀ ବାୟୋମେଟ୍ରିକ ତଥ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ । ବର୍ତ୍ତମାନ ୪୭ ଜଣ କର୍ମଚାରୀଙ୍କୁ ଦରମା ବନ୍ଦ କରାଯାଇଛି । ଏହି ବାବଦରେ ଉତ୍ତର ଦେବା ପାଇଁ ସେମାନଙ୍କ ଉପରେ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରୁ ସ୍ପଷ୍ଟ ଜଣପଡୁଛି ନିଯୁକ୍ତି ସମୟରେ ଘୋଟାଲା କରାଯାଇଥିଲା ।

Get real time updates directly on you device, subscribe now.