fbpx

ଡଲାର ବର୍ତ୍ତମାନ ମୃତ, BITCOIN ହେଉଛି ବିଶ୍ୱ ଅର୍ଥନୀତିର ଭବିଷ୍ୟତ: ଜାଣନ୍ତୁ କାହିଁକି ଏମିତି କହିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସିକୁ ନେଇ ଯୁବପିଢିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଏପରିକି ବିଭିନ୍ନ ବିଶେଷଜ୍ଞ ଏହାର ବ୍ୟବହାରକୁ ବିରୋଧ କରୁଥିଲେ ହେଁ ଏହାର ବ୍ୟବହାର କମୁନାହିଁ । ଏପରି ପରସ୍ଥିତିରେ ଗୋଟିଏ ଦେଶ ପାରମ୍ପରିକ ପଇସା ବଦଳରେ ବିଟକଏନ ଆପଣେଇବାକୁ ନିଷ୍ପତ୍ତି ନେଇଛି । ଏଲ ସାଲଭେଡର ପରି ଛୋଟିଆ ଦେଶ ବର୍ତ୍ତମାନ ବିଟକଏନ ଆପଣେଇବାକୁ ନିଷ୍ପତ୍ତି ନେଇଛି । ପାରମ୍ପରିକ ପଇସାର ସମୟ ଶେଷ ହୋଇ ଆସୁଛି ଏବଂ ବିଟ କଏନ ଏକ ବିପ୍ଲବ ବୋଲି କହିଛନ୍ତି ଏଲ ସାଲଭେଡରର ରାଷ୍ଟ୍ରପତି ।

ଏଲ ସାଲଭେଡର ରାଷ୍ଟ୍ରପତି ନାୟିବ ବୁକେଲେ ସର୍ବସାଧାରଣରେ ବିଟକଏନକୁ ପ୍ରଶଂସା କରିଛନ୍ତି । ଟ୍ୱିଟ କରି ବିଟକଏନର ପ୍ରଶଂସା କରିବା ସହିତ ଏହା ଆସନ୍ତା କାଲିର ଭବିଷ୍ୟତ ବୋଲି କହିଛନ୍ତି ବୁକେଲେ । ଏଲ ସାଲଭେଡର ପ୍ରଥମ ରାଷ୍ଟ୍ର ଭାବରେ ବିଟକଏନକୁ ଆପଣେଇ ଥିବା ବେଳେ ଏହା ସଫଳ ହେଲେ ପାରମ୍ପରିକ ପଇସା ବ୍ୟବହାର ହ୍ରାସ ପାଇବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.