fbpx

‘ବିଷଧର ସାପ ମୋତେ ୩ ଥର ଦଂଶନ କରିଥିଲା’- ଜାଣନ୍ତୁ କଣ କହିଲେ ସଲମାନ

ନୂଆଦିଲ୍ଲୀ: ସଲମାନ ଖାନଙ୍କୁ ସାପ ଦଂଶନ କରିବା ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ ଫ୍ୟାନ୍ସ ଓ ୟୁଜର୍ ମାନେ ଏବେ ଜାଣିବାକୁ ଚାହୁଁଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ କିପରି ରହିଛି । ସଲମାନଙ୍କ ଜନ୍ମଦିନର ଠିକ୍ ଗୋଟିଏ ଦିନ ପୂର୍ବରୁ ଏହିଭଳି ଏକ ଘଟଣା ଘଟିବା ନିହାତି ଦୁଃଖଦ । ସାପ ଦଂଶିବାରୁ ତାଙ୍କୁ ହସ୍ପିଟାଲ ମଧ୍ୟ ଯିବାକୁ ପଡ଼ିଲା । ତେଣୁ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ହେଲେ ଏବେ ସଲମାନ ବୟାନ ଜାରି ତାଙ୍କ ସ୍ୱାସ୍ଥ୍ୟବାସ୍ଥା ସମ୍ପର୍କରେ ସୁଚନା ଦେଇଛନ୍ତି ।

ସାପ ଦଂଶନ କରିବା ମାମଲାରେ ଖୋଦ୍ ସଲମାନ ପ୍ରତିକ୍ରିୟା ରଖିଛନ୍ତି । ନିଜ ବୟାନରେ ଭାଇଜାନ କହିଛନ୍ତି ଯେ, “ମୋ ଫାର୍ମ ହାଉସ୍ ଭିତରକୁ ସାପ ଟି ପଶିଯାଇଥିଲା । ମୁଁ ଗୋଟିଏ ବାଡ଼ି ସାହାଯ୍ୟରେ ତାକୁ ବାହାରକୁ କାଢ଼ିବାକୁ ଚେଷ୍ଟା କଲି । ହେଲେ ସେ ମୋ ହାତ ଉପରକୁ ଚଢ଼ିଯାଇଥିଲା । ତେଣୁ ଅନ୍ୟ ହାତରେ ତାକୁ ଧରି ବାହାରେ ଛାଡ଼ିବାକୁ ଚେଷ୍ଟା କରିବାରୁ ସେ ମୋତେ ତିନି ଥର ଦଂଶନ କରିଥିଲା । ସେ ଏକ ବିଷଧର ସାପ ଥିଲା । ମୋତେ ୬ ଘଣ୍ଟା କାଳ ହସ୍ପିଟାଲରେ ରହିବାକୁ ପଡ଼ିଲା । ମୁଁ ଏବେ ସୁସ୍ଥ ଅଛି” ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ସଲମାନଙ୍କୁ ସାପ ଦଂଶନ କରିଥିଲା । ତାଙ୍କୁ ହସ୍ପିଟାଲକୁ ନେବାକୁ ପଡ଼ିଥିଲା । ୬ ଘଣ୍ଟା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ସେ ଘରକୁ ଫେରିଆସିଥିଲେ ଓ ଠିକ୍ ଥିଲେ । ଏହି ଖବର ସାମନାକୁ ଆସିବା ପରେ ଫ୍ୟାନ୍ସଙ୍କ ମହଲରେ ଚିନ୍ତାପ୍ରକାଶ ପାଇଥିଲା ।

 

Get real time updates directly on you device, subscribe now.