fbpx

ଏହି ଦେଶରେ ପ୍ରସ୍ତୁତ ହେଉଛି ଏକ ଡୁଆଲ୍ ମୋଡ଼ ବସ୍, ଏହା ସଡ଼କ ପଥ ସହିତ ରେଲ ଟ୍ରାକରେ ମଧ୍ୟ ଦ୍ରୁତଗତିରେ ଦୌଡ଼ିବ

ନୂଆଦିଲ୍ଲୀ: ସାଧାରଣତଃ ରେଳ ରେଳଧାରଣା ଉପରେ ଓ ବସ୍ ସଡ଼କ ପଥରେ ଚାଲିଥାଏ । ସମସ୍ତ ଯାନ ପାଇଁ ପ୍ରାୟତଃ ଅଲଗା ଅଲଗା ମାର୍ଗ ରହିଥାଏ । ତେବେ ଖୁବଶୀଘ୍ର ମାର୍କେଟକୁ ଆସୁଛି ଏକ ଭିନ୍ନ ଧରଣର ବସ୍, ଯାହାକି ସଡ଼କ ପଥ ସହିତ ରେଳ ଟ୍ରାକରେ ମଧ୍ୟ ଗଡ଼ି ପାରିବ । ଏହି ବସ୍ ସଡ଼କ ପଥରେ ଘଣ୍ଟା ପ୍ରତି ୧୦୦ କିମି ଓ ରେଳ ଧାରଣାରେ ୬୦ କିମି ବେଗରେ ଗତି କରିପାରିବ ବୋଲି ଜଣାପଡ଼ିଛି ।

ବର୍ତ୍ତମାନରେ ଚାରିଆଡ଼େ ପ୍ରଦୂଷଣ ବୃଦ୍ଧିକୁ ଦୃଷ୍ଟିକୁ ନଜରରେ ରଖି ଅଧିକାଂଶ ଲୋକ ନିଜ ଭେହିକିଲ ଅପେକ୍ଷା ବସ୍, ଟ୍ରେନ ପରି ବିକଳ୍ପ ବାଛୁଛନ୍ତି । ଜାପାନ ଖୁବଶୀଘ୍ର ଏକ ଡୁଆଲ୍ ମୋଡ଼ ବସ୍ ମାର୍କେଟକୁ ଛାଡ଼ିବା ନେଇ ପ୍ରସ୍ତୁତ ହେଉଛି । ଏହି ବସ୍ ଉଭୟ ସଡ଼କ ଓ ରେଳ ଧାରଣାରେ ଦ୍ରୁତବେଗରେ ଗତି କରିପାରିବେ । ଏହା ଏକ ମିନିବସ୍ ସାଇଜର ହୋଇଥିବା ବେଳେ ଏଥିପାଇଁ ରବର ଟାୟାରର ବ୍ୟବହୃତ ହେବ । ତେବେ ରେଲୱେ ଟ୍ରାକରେ ବସ୍ ଷ୍ଟିଲ ହ୍ୱିଲରେ ଉପରେ ରନିଂ କରିବ । ଯେଉଁ ସ୍ଥାନରେ ସଡ଼କ ପଥର ଅବସ୍ଥା ଠିକ୍ ନଥିବ, ସେଠାରେ ଯାତାଯାତ ପାଇଁ ଡୁଆଲ୍ ମୋଡ଼ର ଉପଯୋଗ କରାଯିବ । ଏହା ଡିଜେଲରେ ଚାଲିବା ସହ ଏକସଙ୍ଗରେ ୨୧ ଜଣ ଯାତ୍ରୀଙ୍କୁ ଏହା ପରିବହନ କରିପାରିବ ବୋଲି ଏହାକୁ ପରିଚାଳିତ କରୁଥିବା କମ୍ପାନୀ Asa Coast ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.